ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ରାଉରକେଲା କୋର୍ଟ ପରିଦର୍ଶନ।। ପ୍ରସ୍ତାବିତ ମଡେଲ କୋର୍ଟ ସ୍ଥାନ ବୁଲି ଦେଖିଲେ।

0 191

ଓଡିଶା ହାଇକୋର୍ଟର ବିଚାରପତି କୃଷ୍ଣରାମ ମହାପାତ୍ର ଶନିବାର ଦିନ ରାଉରକେଲା କୋର୍ଟ ପରିଦର୍ଶନ ରେ ଆସିଥିଲେ। ଶ୍ରୀ ମହାପାତ୍ର ପ୍ରଥମେ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପ୍ରସ୍ତାବିତ ମଡେଲ କୋର୍ଟ ନିର୍ମାଣ ସ୍ଥାନ ବୁଲି ଦେଖିଥିଲେ। ମଡେଲ କୋର୍ଟ ନିର୍ମାଣ ବାବଦରେ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ପୋକ୍କସୋ କୋର୍ଟ , ଭିଜିଲାନ୍ସ କୋର୍ଟକୁ ନିୟମିତ କରିବା ଏବଂ ତୃତୀୟ ଏଡି ଜେ କୋର୍ଟ କରିବାକୁ ଆଇନଜୀବୀ ମାନେ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ବିଚାରପତି ଶ୍ରୀ ମହାପାତ୍ରଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ଜଜ ସୁଭଦର୍ଶୀ ପଟ୍ଟନାୟକ , ରେଜିଷ୍ଟ୍ରାର ଦିଲ୍ଲୀପ କୁମାର ଶତପଥୀ , ରାଉରକେଲା ଓକିଲ ସଂଘ ସଭାପତି ସୁରେଶ ମାଝୀ , ସାଧାରଣ ସମ୍ପାଦକ ଅକ୍ଷୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.