ରାଉରକେଲା : ରବି ରାଜା ହତ୍ୟା ଘଟଣାର ୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ।। ଦଣ୍ଡ ବିଧାନ କଲେ ରାଉର କେଲା ଏଡିଜେ ୧ ଡକ୍ଟର ଭି ସୁଜାତା ।

0 499

ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନପାଲି ବସ୍ତିରେ ରଵି ରାଜାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ହତ୍ୟାକାରୀଙ୍କୁ ରାଉରକେଲା ଏ ଡି ଜେ କୋର୍ଟ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ତିନି ଜଣ ହତ୍ୟାକାରୀଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଉରକେଲା ଏଡିଜେ ୧ ଡକ୍ଟର ଭି ସୁଜାତା ଆଜି ଦଣ୍ଡ ବିଧାନର ଶୁଣାଣି କରିଛନ୍ତି। ରାଉରକେଲା ସହରର ମଧୁସୂଦନ ପାଲି ବସ୍ତିରେ ରଵି ରାଜାଙ୍କୁ ତିନି ଜଣ ଛୁରୀ ଭୁସି ହତ୍ୟା କରିଥିବା ୨୦୧୯ ମସିହା ମେ ୫ ତାରିଖ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଥିଲା। ୨୩ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ହତ୍ୟାକାରୀ ସନ୍ତୋଷ ତିୱାରୀ, ରାହୁଲ ଘୋଷ ଓ ଵିଜୟ ବଡାଇକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜୋରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ ଦଣ୍ଡାଦେଶ କରିଛନ୍ତି। ଏହି ମାମଲାକୁ ଆଡିସନାଲ ପବ୍ଲିକ ପ୍ରସିକ୍ୟୁଟର ସ୍ଵରୁପ ରଞ୍ଜନ ରଥ ପରିଚାଳନା କରିଥିଲେ।

Leave A Reply

Your email address will not be published.