ରାଉରକେଲା : ଧାମରା ସଙ୍ଘ ପକ୍ଷରୁ ଲୁଣିଆ ଓ ଇରମ ଦିବସ ପାଳିତ।। ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

0 244

ରାଉରକେଲା ଛେଣ୍ଡ କଲୋନୀରେ ଧାମରା ସଙ୍ଘ ପକ୍ଷରୁ ଲୁଣିଆ ଓ ଇରମ ଦିବସ ପାଳନ କରାଯାଇଛି। ବାଲେଶ୍ୱର ଜିଲ୍ଲାର ର ଏହି ସ୍ଥାନରେ ୧୯୪୨ ମସିହାରେ ବ୍ରିଟିଶ ଗୁଳିରେ ୨୯ ଜଣ ସହିଦ ହୋଇଥିଲେ। ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପ୍ରତିବର୍ଷ ଧାମରା ସଙ୍ଘ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଥାଏ। ଲୁଣିଆ ଓ ଇରମ ଦିବସରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଯୋଗ ଦେଇଥିଲେ। ପ୍ରଶାନ୍ତ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଶ୍ରୀମତୀ ବିଜୟ ଲଷ୍ମୀ ପଟ୍ଟନାୟକ ଏବଂ ମୁଖ୍ୟ ବକ୍ତା ଭାବେ ରାଜୀବ ପାଣି ଯୋଗ ଦେଇଥିଲେ । ସହିଦ ମାନଙ୍କୁ ଦୀପ ଜଳାଇ ଶ୍ରଦ୍ଧାଞ୍ଜଳି ଦେବା ସହ ସୃତି ଚାରଣ କରାଯାଇଥିଲା। ଭଗବାନ ରାଉତ ସ୍ୱାଗତ ଭାଷଣ ଦେଇଥିଲେ।

Leave A Reply

Your email address will not be published.