ଆସନ୍ତା ୧ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଏହି ସମୟରେ ଦୁର୍ଗା ପୂଜା ଆରମ୍ଭ ହେଉଥିବାରୁ ବର୍ଷା ଯୋଗୁ ପୂଜା ବଜାର ଫିକା ପଡ଼ିବା ଆଶଙ୍କା ରହିଛି। କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପୂଜାରେ ଲାକମାନଙ୍କ ସମାଗମ ଉପରେ କଟକଣା ଲଗାଯାଇଥିଲା । ଚଳିତ ବର୍ଷ କଟକଣା ହଟି ଯାଇଥିବାରୁ ମହା ଆଡମ୍ବରରେ ଦୁର୍ଗାପୂଜା କରିବାକୁ ବିଭିନ୍ନ କମିଟି ସଜ୍ଜବାଜ ଆରମ୍ଭ କରିଛନ୍ତି। ଏହି ସମୟରେ ବର୍ଷା ହେବାର ପୂର୍ବାନୁମାନ ପୂଜା ବଜ଼ାର କୁ ଫିକା କରିଦେବାର ସମ୍ଭାବନା ରହିଛି।
ପାଣିପାଗ ବିଜ୍ଞାନୀ ଏଚ୍.ଆର୍ ବିଶ୍ୱାସଙ୍କ ଅନୁଯାୟୀ, ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷା ବଢିବ । କିଛି ଜିଲ୍ଲାରେ ଆସନ୍ତା ବୁଧବାର ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।
ରାଉରକେଲା ର ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ମାନ ନିର୍ମାଣ କରାଯାଉଛି। ଏହାଛଡା ମିନାବଜ଼ାର ମଧ୍ୟ ଲଗା ଗଲାଣି । ଦୋଳି ଖେଳ ସହ ଦର୍ଶକଙ୍କ ମନୋରଞ୍ଜନ ଲାଗି ବିଭିନ୍ନ ଷ୍ଟଲ ଲଗାଯାଉଛି। ଏହି ସମୟରେ ବର୍ଷା ହେଲେ ପୂଜା ବଜ଼ାରରେ ଲୋକ ମାନଙ୍କ ଗହଳି କମି ଯିବାର ଆଶଙ୍କା ରହିଛି।