ରାଉରକେଲା : ମହାରାଜା ଭଗବାନ ଅଗ୍ରସେନ ଜୟନ୍ତୀ ସମାରୋହ ଆରମ୍ଭ।। ସହରରେ ବାହାରିଲା ବିଶାଳ ଶୋଭାଯାତ୍ର ।

0 242

ମହାରାଜା ଅଗ୍ରସେନ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରାଉରକେଲା ରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ଷ୍ଟେସନ ନିକଟ ଅମର ଭବନ ରୁ ବାହାରି ଅଗ୍ରସେନ ଭବନରେ ପହଞ୍ଚି ଥିଲା। ସହରର ମୁଖ୍ୟ ମାର୍ଗ ଦେଇ ଏହି ଶୋଭାଯାତ୍ରା ଯାଉଥିବା ବେଳେ ବହୁ ସ୍ଥାନରେ ଶ୍ରଦ୍ଧାଳୁ ମାନେ ସ୍ୱାଗତ କରିଥିଲେ। ମାରୱାଡି ସମାଜ ର ପୁରୁଷ , ମହିଳା , ଯୁବକ ମାନେ ଏହି ଶୋଭାଯାତ୍ରା ସାମିଲ ହୋଇଥିଲେ। ରାଜସ୍ଥାନ ପରିଷଦ , ହରିୟାଣା ନାଗରିକ ସଂଘର କର୍ମକର୍ତ୍ତା ମାନେ ମଧ୍ୟ ଭଗବାନ ଅଗ୍ରସେନ ଙ୍କ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.