ରାଉରକେଲା : ଆଜିଠାରୁ ବନ୍ଦ ହେଲା ପୁରୁଣା ବ୍ରାହ୍ମଣୀ ସେତୁ।। ୪୫ ଦିନ ଧରି ବନ୍ଦ ରହିବ।। ମରାମତି କାମ ଲାଗି ବନ୍ଦ କରାଗଲା ବ୍ରିଜ।

0 390

ଆଜିଠାରୁ ବନ୍ଦ ହେଲା ପୁରୁଣା ବ୍ରାହ୍ମଣୀ ବ୍ରିଜ। ୪୫ ଦିନ ଧରି ବନ୍ଦ ରହିବ ଏହି ବ୍ରିଜ। ମରାମତି କରିବା ଉଦ୍ଦେଶ୍ୟରେ ବନ୍ଦ ରଖାଯାଇଛି ବ୍ରିଜ ରେ ଯାତାୟତ। ନୂତନ ବ୍ରାହ୍ମଣୀ ସେତୁରେ ଯାନ ବାହାନ ଚଳାଚଳ କରିବା ପରେ ପୁରୁଣା ବ୍ରିଜ କୁ ମରାମତି ଲାଗି ଏନ ଏଚ ଏ ଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ରବିବାର ଦିନ ବ୍ରିଜ ରେ ଯାତାୟତ ବନ୍ଦ ପରେ କାମ ଆରମ୍ଭ ହୋଇଯାଇଛି। ଏହି ବ୍ରିଜ ବହୁଦିନ ଧରି ଜର୍ଜର ଅବସ୍ଥାରେ ରହି ଆସିଛି। ଏହାର ଏକ୍ସପାନାସନ ଜଏଣ୍ଟ ରେ ଫାଟ ସୃଷ୍ଟି ହୋଇ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଷ୍ଟିଲ ପ୍ଲେଟ ପକାଯାଇ ଅସ୍ଥାୟୀ ଭାବେ କାମ ଚାଲୁ ଥିଲା। ଏବେ ବ୍ରିଜ ବନ୍ଦ କଲା ପରେ ସଠିକ ଭାବେ କାମ ହୋଇ ପାରିବ। ବ୍ରିଜ କୁ ବାରିକେଡ ଲଗାଇ ବନ୍ଦ କରିବା ସ୍ଵତ୍ତ୍ୱେ ମଧ୍ୟ ଲୋକ ମାନଙ୍କ ଯିବା ଆସିବା ଲାଗି ରହିଛି। ମରାମତି କାମରେ ସହଯୋଗ କରିବାକୁ କାମ କରୁଥିବା ସଂସ୍ଥା ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.