ରାଜଗାଙ୍ଗପୁର : ବେଆଇନ କୁକୁଡ଼ା ଲଢେ଼ଇ ଅଡ୍ଡା ଉପରେ ପୋଲିସର ଚଢ଼ାଉ।। ୨୭ ଗିରଫ।। ୧ଲକ୍ଷ ୧୮ ହଜାର ଟଙ୍କା ସହ କାର , ବାଇକ ଜବତ।
ବେଆଇନ କୁକୁଡ଼ା ଲଢେଇ ଖେଳ ହେଉଥିବା ଆଡ୍ଡା ରେ ଚଢ଼ାଉ କରି ରାଜଗାଙ୍ଗପୁର ପୋଲିସ ୨୭ ଜଣଙ୍କୁ ଗିରଫ କରିଛି। କୁକୁଡ଼ା ଲଢେ଼ଇ ଆଳରେ ଚାଲିଥିଲା ଏହି ଜୁଆ ଖେଳ। ଗିରଫ ହୋଇଥିବା ଜୁଆ ଅଡ୍ଡା ସଂଚାଳକ ଏବଂ ଜୁଆଡିଙ୍କ ନିକଟରୁ ପୋଲିସ ୧ ଲକ୍ଷ ୧୮ ହଜାର ଟଙ୍କା ଜବତ କରିଛି। ଏହାଛଡା ୧୯ ଟି ମୋବାଇଲ ଫୋନ , ଗୋଟିଏ କାର ୧୩ ଟି ଦୁଇ ଚକିଆ ଯାନ ମଧ୍ୟ ଜବତ କରିଛନ୍ତି।
ସୂଚନା ଅନୁଯାୟୀ ରବିବାର ସକାଳେ ଏସ ଡି ପି ଓ ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱ ରେ ରାଜଗାଙ୍ଗପୁର ପୋଲିସ ର ଏକ ଟିମ ଏହି ଚଢ଼ାଉ କରିଥିଲେ। ଲମଲୋଇ ନିକଟ ଲୁହଖାନ ରେ ଏହା ବେଆଇନ କୁକୁଡ଼ା ଖେଳ ହେଉଥିଲା। ପୋଲିସ ଟିମ ସାଦା ପୋଷାକରେ ରେ ଦୁଇ ଚକିଆ ଗାଡି ରେ ଯାଇ ଚଢ଼ାଉ କରିଥିଲେ ରାଜଗାଙ୍ଗପୁର ଥାନା ପ୍ରଭାରୀ ବିବତ୍ସ କୁମାର ପ୍ରଧାନ,ସବ ଇନ୍ସପେକଟର ଖଗପତି ବିଶ୍ୱାଳ,ଏ ଏସ ଆଇ ହେମନ୍ତ ଧାରୁଆ ପ୍ରମୁଖ ଏହି ରେଡ଼ ରେ ସାମିଲ ଥିଲେ।