ରାଉରକେଲା : ବିବାହିତା ମହିଳାଙ୍କୁ ହତ୍ୟା ପରେ ଟାଙ୍ଗି ଦେଇଥିବା ଅଭିଯୋଗ।। ପ୍ଲାଣ୍ଟସାଇଟ ଥାନାରେ ମାମଲା ରଜ୍ଜୁ।। ମହିଳାଙ୍କ ସ୍ୱାମୀ ଅଟକ।
ରାଉରକେଲା ଟିମ୍ବର କଲୋନୀରେ ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ପ୍ଲାଣ୍ଟସାଇଟ ଥାନାରେ ହୋଇଛି। ପୋଲିସ ଏକ ହତ୍ୟା ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି। ମୃତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ଟିମ୍ବର କଲୋନୀ ନିକଟ ଖଟାଲ ବସ୍ତିରେ ଘରେ ଝୁଲନ୍ତା ଅବସ୍ଥାରେ ଜଣେ ବିବାହିତା ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମହିଳାଙ୍କ ନାମ ବାସନ୍ତୀ ହୀରା ଏବଂ ସେ ସହରର ଏକ ହୋଟେଲ ରେ କାମ କରୁଥିଲେ। ନବରଙ୍ଗପୁର ର ଏହି ଯୁବତୀଙ୍କ ଏକ ବର୍ଷ ହେଲା ବୁର୍ଲାର ବିକାଶ ଦେ ନାମକ ଜଣେ ଯୁବକଙ୍କ ସହ ବିବାହ ହୋଇଥିଲା। ଟିମ୍ବର କଲୋନୀରେ ଉଭୟ ତିନି ଚାରି ମାସ ହେଲା ରହୁଥିଲେ। ସମୟେ ସମୟେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଶବ ମିଳିବା ପରେ ଘର ଲୋକ ଥାନାରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରହିଛି।