ସୁନ୍ଦରଗଡ : ବଣେଇ ବନଖଣ୍ଡରେ ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବ ଜାରି।। ବନବିଭାଗ ପକ୍ଷରୁ ଦନ୍ତା ଦୁଇଟିକୁ ଘଉଡାଇବା ଉଦ୍ୟମ ଜାରି।

0 242

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ୧୫ ଦିନ ହେଲା ଏକ ଦନ୍ତା ହାତୀ ଉପଦ୍ରବ ଜାରି ରଖିଛି। ଏବେ ଅନ୍ୟ ଏକ ଦନ୍ତା ହାତୀ ଗୋଠ ଛଡା ହୋଇ ଗାଁ ମଧ୍ୟକୁ ପଶି ଧାନ ଚାଉଳ ଖାଇ ଯାଉଛି। ପୂର୍ବରୁ ଥିବା ଦନ୍ତା ଟି କ୍ଷେତରେ ପଶି ପାଚିଲା ଧାନ ଖାଇ ଯାଉଛି। ଅନ୍ୟ ପକ୍ଷରେ ଆଉ ଏକ ଦନ୍ତା ସିଧା ଗାଁ ଦାଣ୍ଡରେ ବୁଲୁଛି। ଗ୍ରାମବାସୀ ମାନେ ଆତଙ୍କିତ ହୋଇ ପିଲା ଛୁଆ ଧରି ଘରୁ ପଳାଉଛନ୍ତି । ଗତକାଲି ଆସିଥିବା ଦନ୍ତା ଟି କୁରଡା ଗ୍ରାମକୁ ପଶି ଆସିଥିବା ବେଳେ ପୂର୍ବରୁ ଥିବା ଦନ୍ତା ଧରଣୀଧରପାଲି ଫରେଷ୍ଟ ସେକ୍ସନ ଅଞ୍ଚଳରେ ଫସଲ ନଷ୍ଟ କରୁଛି। ବନ ବିଭାଗ ପକ୍ଷରୁ ଦନ୍ତା ହାତୀ ଦୁଇଟିକୁ ଘଉଡାଇବା ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.