ରାଉରକେଲା : ହୋଟେଲ ମାଲିକଙ୍କ ଘରୁ ମେଡ ସର୍ଭେଣ୍ଟ ଙ୍କ ଝୁଲନ୍ତା ଶବ ଉଦ୍ଧାର।। ପୋଲିସ ତଦନ୍ତ ଜାରି ।

0 460

ହୋଟେଲ ମାଲିକଙ୍କ ଘରେ କାମ କରୁଥିବା ମେଡ ସର୍ଭେଣ୍ଟ ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମ ରୁ ମିଳିଛି। କେଉଁ ପରିପ୍ରେକ୍ଷୀରେ ଝୁଲନ୍ତା ଶରୀର ମିଳିଲା ପୋଲିସ ତାର ତଦନ୍ତ କରୁଛି।
ମିଳିଥିବା ସୂଚନା ମୁତାବକ ଜିଲ୍ଲାର କେ ବଳଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀ ବିରସମଣି ବଡାଇକ ରାଉରକେଲା ଉଦିତନଗର ଅଞ୍ଚଳରେ ମେଡ ସର୍ଭେଣ୍ଟ ଭାବେ କାମ କରୁଥିଲେ। ସେ ହୋଟେଲ ଅମୃତ ସାଗର ମାଲିକଙ୍କ ଘରେ କାମ କରୁଥିଲେ। ହୋଟେଲ ମାଲିକ ତାଙ୍କର ରହିବାକୁ ଏକ ରୁମ ମଧ୍ୟ ଦେଇଥିଲେ। ଶୁକ୍ରବାର ରାତିରେ ଉକ୍ତ ଯୁବତୀଙ୍କ ମୃତ ଦେହ ଝୁଲାନ୍ତା ଅବସ୍ଥାରେ ତାଙ୍କ ରୁମ ରେ ମିଳି ଥିଲା । ଉକ୍ତ ଯୁବତୀଙ୍କୁ ତୁରନ୍ତ ଆର ଜି ଏଚ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ରାତିରେ ମୃତ ବିରସମଣି କୁଆରମୁଣ୍ଡା ରେ ରହୁଥିବା ତାଙ୍କ ଭଉଣୀ ସଙ୍ଗେ କଥା ହୋଇଥିଲେ। ସେତେବେଳେ ସେ ବହୁତ ହାସଖୁସି ରେ କଥାବାର୍ତ୍ତା କରୁଥିଲେ ବୋଲି କହିଛନ୍ତି ତାଙ୍କ ଭଉଣୀ। ଏବେ ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.