ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲ ଅଫିସ ଘେରାଉ କଲେ ବିସ୍ଥାପିତ। ୨୦୧୩ ମସିହା ଥଇଥାନ ଓ ପୁନର୍ବାସ ନୀତି ଅନୁସାରେ କ୍ଷତିପୂରଣ ପ୍ରଦାନ ଦାବି ଘେରାଉ କଲେ ଚାରିଟି ଗ୍ରାମର ଶତାଧିକ ବିସ୍ଥାପିତ । ହେମଗିରି ବ୍ଲକ ର ଜାମକାନି କୋଇଲା ବ୍ଲକ ପୂର୍ବରୁ ଭୂଷଣ ପାୱାର ଏବଂ ଷ୍ଟିଲ କଂପାନୀ କୁ ଆବଣ୍ଟନ ହୋଇଥିଲା। ଏଥିରେ ଚାରୋଟି ଗ୍ରାମ ବିସ୍ଥାପିତ ହେବାର ଥିଲା । ଜମି ଅଧିଗ୍ରହଣ ମଧ୍ୟ ସାରିଥିଲା ଏପରିକି ମେଣ୍ଡା ଗାଁ ସମ୍ପୂର୍ଣ ଉଚ୍ଛେଦ ମଧ୍ୟ ହୋଇଥିଲା। ତେବେ ଖଣି ଖୋଲିବା ପୂର୍ବରୁ ଭୂଷଣ କଂପାନୀ ଏଥିରୁ ଓହରି ଯାଇଥିଲା । ପରବର୍ତ୍ତୀ ସମୟରେ ସେହି କୋଇଲା ବ୍ଲକ କୁ ବେଦାନ୍ତ କୁ ଆବଣ୍ଟନ କରାଗଲା । ପୂର୍ବରୁ ଜମି ଅଧିଗ୍ରହଣ ସରିଥିବା ବେଳେ ବର୍ତ୍ତମାନ କେବଳ ଏକ୍ସଗ୍ରାସିଆ ଭାବରେ ଏକର ପ୍ରତି ୬ ଲକ୍ଷ ଦେବା ପାଇଁ ବେଦାନ୍ତ କମ୍ପାନୀ ରାଜି ହୋଇଛି। କିନ୍ତୁ ସ୍ଥାନୀୟ ଲୋକେ ଥଇଥାନ ଓ ପୁନର୍ବାସ ଆଇନ୍ ୨୦୧୩ ଅନୁସାରେ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ତହସିଲ ଅଫିସ ଘେରାଉ କରିଥିଲେ ପ୍ରଭାବିତ ଗ୍ରାମବାସୀ।