ରାଉରକେଲା : ତିନି ବର୍ଷ ପରେ ରାଜ୍ୟରେ ବଳକା ଡାକ୍ତର , କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ।। ରାଉରକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ।

0 273

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ତାଙ୍କର ଏକ ଦିବସୀୟ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଶ୍ରୀ ଦାସ ତାଙ୍କ ଗସ୍ତ ଅବସରରେ ରାଉରକେଲା ସରକାରୀ ହସପିଟାଲ ପରିଦର୍ଶନ କରିଥିଲେ। ସରକାରୀ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ଏବଂ କର୍ମଚାରୀଙ୍କ ପଦବୀ ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏବେ ରାଜ୍ୟରେ ଅନେକ ମେଡ଼ିକାଲ କଲେଜ ଖୋଲି ଯାଇଥିବାରୁ ଆଉ ଡାକ୍ତର ଅଭାବ ରହିବେ ନାହିଁ ବୋଲି ସେ କହିଥିଲେ। ଏହା ଛଡା ସ୍ୱାସ୍ଥ୍ୟ ସେବା ପ୍ରତି ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଉଥିବାରୁ ସରକାରୀ ଡାକ୍ତରଖାନାରେ ଗରିବ ଲୋକମାନଙ୍କ ଚିକିତ୍ସା ସହଜ ହୋଇ ପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ।
ମନ୍ତ୍ରୀ ଶ୍ରୀ ଦାସ ସରକାରୀ ହସପିଟାଲ ର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ଆର ଜି ଏଚ ର ନିର୍ଦ୍ଦେଶକ , ଏବଂ ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ଥିଲେ । ଏବେ ଡେଙ୍ଗୁ ବ୍ୟାପୁଥିବା ଯୋଗୁଁ ଏହାପ୍ରତି ସଜାଗ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.