ସୁନ୍ଦରଗଡ : ଗିରଫ ହେଲେ ଅତିରିକ୍ତ ତହସିଲଦାର କୁଳମଣି ପଟେଲ।। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲେ ଭିଜିଲାନ୍ସ।

0 264

ଗିରଫ ହେଲେ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କର ସ୍ଥାବର ଅସ୍ଥାବର ସଂପତ୍ତି ର ମୂଲ୍ୟ ୫ କୋଟି ୨ ଲକ୍ଷ ୫୯ ହଜାର ୭୦୪ ଟଙ୍କା ଆକଳନ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ କାଲି ଠାରୁ ଭିଜିଲାନ୍ସ ପକ୍ଷରୁ କୁଳମଣି ପଟେଲଙ୍କ ପୈତୃକ ଗାଁ ଡୁମାବାହାଲ ରେ ୪ ଟି ସ୍ଥାନ ସମେତ ସୁନ୍ଦରଗଡ ଓ ଲେଫ୍ରିପଡା ର ମୋଟ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ସୁନ୍ଦରଗଡ଼ ଭିଜିଲାନ୍ସ ର ୮ଟି ଟିମ୍ । ସମସ୍ତ ସମ୍ପତ୍ତି ଆକଳନ କଲା ପରେ ୫ କୋଟି ରୁ ଉର୍ଦ୍ଧ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ।
କିରାଣୀ ଭାବରେ ଚାକିରି ଆରମ୍ଭ କରିଥିବା କୁଳମଣି ପଟେଲ ୨୦୧୮ରେ ପଦୋନ୍ନତି ପାଇ ଓ ଆର ଏସ ହୋଇଥିଲେ । ଓ ଆର ଏସ ଭାବରେ ପ୍ରଥମ ପୋଷ୍ଟିଁ ହେମଗିରି ତହସିଲ ରେ ଅତିରିକ୍ତ ତହସିଲଦାର ଭାବରେ ହୋଇଥିଲା ଏବଂ ଗତ ବର୍ଷ ଟାଙ୍ଗରପାଲି କୁ ବଦଳି ହୋଇଥିଲେ । ସେ ଆସନ୍ତା ଫେବୃୟାରୀ ୨୦୨୩ ରେ ଚାକିରିରୁ ଅବସର ନେଇଥାନ୍ତେ।

Leave A Reply

Your email address will not be published.