ସୁନ୍ଦରଗଡ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି।। କେବଳ ରାଉରକେଲାରେ ୯୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ।
ସୁନ୍ଦରଗଡ ଜିଲ୍ଲାରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ଜିଲ୍ଲାରେ ୧୧୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ରାଉରକେଲା ସହରାଞ୍ଚଳରେ। ରାଉରକେଲା ରେ ସମୁଦାୟ ୯୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ ଇସ୍ପାତ ସହରାଞ୍ଚଳ ର ହୋଇଥିବା ବେଳେ ୩୪ ଜଣ ମହନଗର ନିଗମ ଅଞ୍ଚଳର। ରେଳବାଇ କଲୋନୀରେ ୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ୧୫ ଜଣ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି। ତେବେ ଡେଙ୍ଗୁର ବିସ୍ତାର ରୋକିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ରାଉରକେଲା ସରକାରୀ ହସପିଟାଲ , ଆଇ ଜି ଏଚ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ନିରୂପଣ ବ୍ୟବସ୍ଥା ରହିଛି। ଏହାସହ ଏହି ହସପିଟାଲ ରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ମଧ୍ୟ ଖୋଲା ଯାଇଛି। ରାଉରକେଲାରେ ବାସନ୍ତୀ କଲୋନୀ ସହ ବିଭିନ୍ନ ସ୍ଥାନରେ ମଶା ଧୂଆଁ ଛାଡିବା ଅଭିଯାନ ଆରମ୍ଭ ହୋଇଛି। ଡେଙ୍ଗୁ ଏକ ମଶା କାମୁଡିବା ଜନିତ ରୋଗ ହୋଇଥିବାରୁ ନିଜ ଘର ଏବଂ ଅଖ ପାଖ ଅଞ୍ଚଳ ରେ ପାଣି ଯେପରି ଜମି ନରହେ ସେଥି ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି।