ରାଉରକେଲା : ରାହୁଲ ଗାନ୍ଧୀଙ୍କୁ ଏଆଇସିସି ଅଧ୍ୟକ୍ଷ କରାଯିବାକୁ ରାଜ୍ୟ କଂଗ୍ରେସର ଦାବି।। ଦାବି କଲେ ପିସିସି ଅଧ୍ୟକ୍ଷ ଶରତ ପଟ୍ଟନାୟକ।

0 243

ଆସନ୍ତା ମାସ ହେବାକୁ ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ପଦ ଲାଗି ରାହୁଲ ଗାନ୍ଧୀ ପ୍ରାର୍ଥୀ ହେବାକୁ ଦାବି କରାଯାଇଛି। ଆଜି ରାଉରକେଲାରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏହି ଦାବି ଦୋହରାଇଛନ୍ତି।
ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଗୁରୁବାର ଦିନ ରାଉରକେଲାରେ ଆସି ପହଞ୍ଚିଛନ୍ତି। ଜନ ସମ୍ପର୍କ ଯାତ୍ରା ପରିପ୍ରେକ୍ଷୀରେ ତାଙ୍କର ଏହି ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି।
ପି ସି ସି ଅଧ୍ୟକ୍ଷ ରାଉରକେଲା ରେ ପହଁଚିବା ପରେ ପାନପୋଷ ଗାନ୍ଧୀ ଛକରୁ ତାଙ୍କୁ ଏକ ଶୋଭାଯାତ୍ରାରେ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯାଇଥିଲା। ସହରର ମୁଖ୍ୟମାର୍ଗ ଦେଇ ଏହି ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟାଳୟରେ ପହଁଚିବା ପରେ ସେଠାରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯୁବ, ଛାତ୍ର , ମହିଳା କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.