ରାଉରକେଲା ରେ ନକଲି ବିଦେଶୀ ମଦ କାରଖାନା ଠାବ।। ଲକ୍ଷ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ଜବତ।। ଦୁଇ ମଦ ମାଫିଆ ଗିରଫ।

0 374

ସାବଧାନ। ପୂଜା ବଜ଼ାରରେ ରାଉରକେଲା ରେ ବିଭିନ୍ନ ସ୍ଥାନରେ ମିଳୁଛି ନକଲି ବିଷାକ୍ତ ବିଦେଶୀ ମଦ। ନକଲି ମଦ ବେପାରୀ ବାହାର ରାଜ୍ୟରୁ ନକଲି ମଦ ଆଣି ସହରରେ ବିକ୍ରି କରୁଛନ୍ତି। ବିଶେଷ କରି ବିଭିନ୍ନ ଢାବାରେ ଏହି ନକଲି ମଦ ବିକ୍ରି ଲାଗି ଟାର୍ଗେଟ ରଖିଛନ୍ତି ଏହି ବେପାରୀ।
ରାଉରକେଲା ଅବକାରୀ ବିଭାଗ ପାନପୋଷ ପାର୍ଲ ହାଇଟ ନିକଟରେ ଚଢ଼ାଉ କରି ଏକ ନକଲି ବିଦେଶୀ ମଦ କାରଖାନା ସିଲ କରିଛନ୍ତି। ଏହି କାରଖାନାରୁ ୧୮୨ ଲିଟର ନକଲି ବିଦେଶୀ ମଦ , ବହୁ ପରିମାଣର ନକଲି ଲେବଲ , ଠିପି , ବୋତଲ ସିଲିଂ ମେସିନ ଆଦି ଜବତ କରିଛନ୍ତି। ଏହା ସହ ମଦ ବିକ୍ରି ଲାଗି ବ୍ୟବହୃତ ଏକ କାର ଏବଂ ସ୍କୁଟି ଜବତ କରାଯାଇଛି। ଅବକାରୀ ବିଭାଗ ଦୁଇ ମଦ ମାଫିଆ ଶତ୍ରୁଘ୍ନ ପଶାୟତ ଏବଂ ଗଣେଶ ରାଉତ କୁ ଗିରଫ କରିଛନ୍ତି।

Leave A Reply

Your email address will not be published.