ରାଉରକେଲା : ବାସନ୍ତୀ କଲୋନୀ ର ଭେଣ୍ଡିଙ୍ଗ ଜୋନ ରେ ୬୦ ରୁ ଉର୍ଦ୍ଧ୍ବ ଦୋକାନ ଘର ଭଙ୍ଗା ଗଲା।। ବହୁତଳ ମାର୍କେଟ କମ୍ପ୍ଲେକ୍ସ କରବା ନେଇ ଯୋଜନା।
ରାଉରକେଲା ରେ ହକି ବିଶ୍ୱକପ ପୂର୍ବରୁ ଚାଲିଛି ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ। ବୁଧବାର ଦିନ ବାସନ୍ତୀ କଲୋନୀ ଭେଣ୍ଡିଙ୍ଗ ଜୋନ ରେ ଥିବା ୬୦ ରୁ ଉର୍ଦ୍ଧ୍ବ ଦୋକାନ ଗୃହକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହି ସ୍ଥାନରେ ଅସ୍ଥାୟୀ ଦୋକାନ ଘର କରାଯାଇ ଆର ଏମ୍ ସି ପକ୍ଷରୁ ଆବଣ୍ଟନ କରାଯାଇଥିଲା। ଏବେ ଏହି ସ୍ଥାନରେ ବହୁତଳ ଦୋକାନ ଘର ନିର୍ମାଣ କରିବାକୁ ଯୋଜନା ରହିଛି। ଉଛେଦ କରାଯାଇଥିବା ଦୋକାନୀ ମାନଙ୍କୁ ମଧ୍ୟ ଏହି କମ୍ପ୍ଲେକ୍ସ ରେ ଥଇଥାନ କରାଯିବାର ସମ୍ଭାବନା ରହିଛି। ଆଜି ସକାଳୁ ମହନଗର ନିଗମ ର କର୍ମଚାରୀ ମାନେ ଜେସିବି ସାହାଯ୍ୟରେ ଏହି ଭେଣ୍ଡିଙ୍ଗ ଜୋନ ଉଛେଦ କାମ ଆରମ୍ଭ କରିଛନ୍ତି।