ବିଶିଷ୍ଟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଙ୍କ ପରଲୋକ।। ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସ ରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ।
୪୧ ଦିନର ସଂଘର୍ଷ ପରେ ବିଶିଷ୍ଟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଶେଷରେ ଆଖି ବୁଜିଲେ। ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଅଗଷ୍ଟ ୧୦ ତାରିଖରେ ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ସ୍ଥିତ ଏମ୍ସ ରେ ଭର୍ତ୍ତି ହୋଇଥିଲେ । ଜିମ ରେ ୱାର୍କଆଉଟ କରୁଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା। ସେ ଭେଣ୍ଟିଲେଟର ରେ ରହି ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି।
୧୯୮୦ ମସିହାରୁ ରାଜୁ ଶ୍ରୀବାସ୍ତବ ବଲିଉଡ୍ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍’ ଓ ‘ମେନେ ପ୍ୟାର୍ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ‘ବିଗ୍ବସ୍’ ସିଜିନ୍-୩ରେ ବି ଦେଖିବାକୁ ମିଳିଥିଲା।