ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ତହସିଲଦାରଙ୍କ ଘର ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଧବାର ସକାଳୁ ସୁନ୍ଦରଗଡ ଭିଜିଲାନ୍ସ ବିଭାଗ ପକ୍ଷରୁ ଟାଙ୍ଗରପାଲି ତହସିଲ ର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଏହି ଚଢ଼ାଉ କରାଯାଇଛି। କୁଳମଣି ଙ୍କ ପିତୃକ ଗାଁ ଲେଫ୍ରିପଡା , ଡୁମାବହାଲ ସୁନ୍ଦରଗଡ଼ ସମେତ ସମୁଦାୟ ୮ଟି ସ୍ଥାନରେ ଏକକାଳୀନ ଏହି ଚଢାଉ ଜାରି ରହିଛି । ସୁନ୍ଦରଗଡ଼ ସହରର ମିଶନ ରୋଡ ସ୍ଥିତ ଦୁଇ ମହଲା ଘର ଲେଫ୍ରିପଡ଼ା ର ତିନି ମହଲା ଘର ଏବଂ ଡୁମାବାହାଲ ରେ ତିନୋଟି ଘର ଏପରି ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । କୁଳମଣି କିରାଣୀ ଭାବେ ଚାକିରି ଆରମ୍ଭ କରି ପଦୋନ୍ନତି ପାଇ
ଓ ଆର ଏସ ପାଇଥିଲେ। ଏହା ପୂର୍ବରୁ ସେ ହେମଗିରି ତହସିଲ ରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ। ଏବେ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ତାଙ୍କର ଦୁଇଟି ଦୁଇ ମହଲା କୋଠା , ଦୁଇଟି ଟ୍ରାକ୍ଟର , ଦୁଇଟି ବୋଲେରୋ , ଗୋଟିଏ କମାଣ୍ଡର ଗାଡି ଥିବା ଜଣା ପଡ଼ିଛି।