ରାଉରକେଲା : କେନ୍ଦ୍ରୀୟ ପୂଜା କମିଟି ସମ୍ପାଦକ ଭାବେ ବିରାଜ କୁମାର ବିଶ୍ବାଳ ନିର୍ବାଚିତ।

0 550

ରାଉରକେଲା ରେ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତା ନିର୍ବାଚନ ଲାଗି ଭୋଟ ଗଣତି ପରେ ରବିବାର ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ପୂଜା କମିଟି ର ସାଧାରଣ ସମ୍ପାଦକ ଭାବେ ବିରାଜ କୁମାର ବିଶ୍ବାଳ ନିର୍ବାଚିତ ହୋଇଛନ୍ତି । ରାଉରକେଲା ଆଇ ଟି ଡି ଏ ସମ୍ମିଳନୀ କକ୍ଷରେ ଆଜି ଭୋଟ ଗ୍ରହଣ କରାଯାଇଥିଲା। ସମୁଦାୟ ୧୪ ଟି ପଦ ଲାଗି ନିର୍ବାଚନ ହୋଇଥିଲା। ୨୫ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନ ରେ ଅବତୀର୍ଣ୍ଣ ହୋଇଥିଲେ। ପୂର୍ବରୁ ସାର ନଗରୀ ଜୋନ ର ୪ ଟି ପଦ ଲାଗି ପ୍ରାର୍ଥୀ ମାନେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇ ସାରିଛନ୍ତି। କେନ୍ଦ୍ରୀୟ ପୂଜା କମିଟିର ସଭାପତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଥିବାବେଳେ , ସମ୍ପାଦକ , ସହ ସମ୍ପାଦକ , କୋଷାଧ୍ୟକ୍ଷ , ଉପସଭାପତି ଏବଂ କାର୍ଯ୍ୟକାରିଣୀ ସଦସ୍ୟ ପଦ ଲାଗି ନିର୍ବାଚନ ହୋଇଥିଲା। କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ ହୋଇପାରିନଥିଲା। ଏବେ ସ୍ଥିତି ସ୍ୱାଭାବିକ ହେବାରୁ ପୂଜା କମିଟି ମାନଙ୍କ ଅନୁରୋଧ କ୍ରମେ ପ୍ରଶାସନ ନିର୍ବାଚନ କରାଇଥିଲେ । ଆଜି ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳା ସହ ଭୋଟ ଗଣତି ପରେ ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.