ହକି ଇଣ୍ଡିଆ ସଭାପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ଅଲମ୍ପିଆନ ଦିଲ୍ଲୀପ ତିର୍କୀ।। ଓଡିଶା ହକି ଆସୋସିଏସନ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ।
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲମ୍ପିଆନ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ଲାଗି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଓଡିଶା ହକି ଆସୋସିଏସନ ପକ୍ଷରୁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ତିର୍କୀ ଏବେ ଓଡିଶା ହକି ଆସୋସିଏସନ ର ସଭାପତି ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ଦିଲ୍ଲୀପ ତିର୍କୀ ଗ୍ରାମାଞ୍ଚଳରୁ ହକି ଖେଳି ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ଜିଲ୍ଲା ଲାଗି ଗର୍ବ ବୋଲି ସୁନ୍ଦରଗଡ଼ର ହକି ପ୍ରେମୀ ମାନେ କହିଛନ୍ତି ।
ଆଗାମୀ ମତଦାନରେ ଏକ ବିରାଟ ବିଜୟ ଲାଭ କରିବା ନେଇ ଶ୍ରୀ ତିର୍କୀ ମତପୋଷଣ କରିବା ସହ କହିଛନ୍ତିଯେ “ମୁଁ ଅନେକ ରାଜ୍ୟ ସହ ଆଲୋଚନା କରିସାରିଛି। ସମଗ୍ର ଉତ୍ତର ପୂର୍ବ ମୋ ସହ ଅଛି। ବେଙ୍ଗଲ , ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ସମସ୍ତେ ମୋତେ ସମର୍ଥନ କରୁଛନ୍ତି। ଏହା ବ୍ୟତୀତ ମୁଁ କେରଳ, ତାମିଲନାଡୁ , ରାଜସ୍ଥାନ ଭଳି ଅନ୍ୟ ରାଜ୍ୟ ସହ ଆଲୋଚନା କରିସାରିଛି, ଏବଂ ସେମାନେ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ତେଣୁ ମୁଁ ଆତ୍ମବିଶ୍ୱାସୀ ବୋଲି ସେ କହିଛନ୍ତି।