ସୁନ୍ଦରଗଡ଼/( ସତ୍ୟା ନ୍ୟୁଜ )୧୯/୯: କୋଇଲା ପରିବହନ ରେ ଭଡା ବୃଦ୍ଧି ଦାବି ରେ ଆଜି ଟ୍ରକ ମାଲିକଙ୍କ ଚକ୍କା ଜାମ ଆନ୍ଦୋଳନ ଦ୍ୱିତୀୟ ଦିନ ରେ ପହଁଞ୍ଚିଛି । ଏମସିଏଲ ର ତିନୋଟି କୋଇଲା ଖଣି ରୁ କୋଇଲା ପରିବହନ ଠପ୍ ହୋଇଯାଇଛି। ଝାରସୁଗୁଡ଼ା, ସମ୍ବଲପୁର ଏବଂ ଛତିଶଗଡ଼ କୁ ଏମସିଏଲ କୋଇଲା ପରିବହନ ହେଉଥିବା ବେଳେ ଏହାର ଭଡା ଟନ ପ୍ରତି ୧୪୦ ଟଙ୍କା ବୃଦ୍ଧି କରାଯିବା ପାଇଁ ଦାବି ଜଣାଇ ମିଳିତ କୋଇଲା ଟ୍ରକ ମାଲିକ ୟୁନୀୟନ୍ ପକ୍ଷରୁ ଏହି ଚକ୍କା ଜାମ ଡାକରା ଦିଆଯାଇଛି । ଟ୍ରକ ମାଲିକ ମାନେ ଜିଲ୍ଲା ପ୍ରଶାସନ ର ମଧ୍ୟସ୍ଥତା ରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହିତ ଦୁଇ ଦୁଇ ଥର ବୈଠକ କଲା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ ଫଳରେ କାଲି ଠାରୁ ଟ୍ରକ ମାଲିକ ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚକ୍କା ଜାମ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଯାହା ଫଳରେ କୋଇଲା ପରିବହନ ଠପ୍ ହୋଇଯାଇଛି। ପାଖାପାଖି ୮ ହଜାର ରୁ ଉର୍ଦ୍ଧ ଟ୍ରକ ଅଟକି ରହିଛି । ଗତ କାଲି ରାତି ରେ ସାଂସଦ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ ଏବଂ ପ୍ରଶାସନ ର ମଧ୍ୟସ୍ଥତା ରେ ଗାଡି ମାଲିକ ଏବଂ କଂପାନୀ ମଧ୍ୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ନିଜ ଦାବୀ ରେ ଅଟଳ ଥିବା ଟ୍ରକ ମାଲିକ ମାନେ ପ୍ରଶାସନ ର ଅନୁରୋଧ କ୍ରମେ ୧୪୦ ଟଙ୍କା ବଦଳ ରେ ୮୦ ଟଙ୍କା ଟନ ପ୍ରତି ଭଡା ଦେଲେ କୋଇଲା ପରିବହନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।