ରାଉରକେଲା : କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତା ନିର୍ବାଚନ ଲାଗି ଚାଲିଛି ଭୋଟ ଗ୍ରହଣ।। ସନ୍ଧ୍ୟା ୫ ଟାରେ ଫଳାଫଳ ପ୍ରକାଶ ପାଇବ।
ରାଉରକେଲା ରେ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତା ନିର୍ବାଚନ ଲାଗି ଆଜି ଭୋଟ ଗ୍ରହଣ ଚାଲିଛି। ରାଉରକେଲା ଆଇ ଟି ଡି ଏ ସମ୍ମିଳନୀ କକ୍ଷରେ ଏହି ଭୋଟ ଗ୍ରହଣ ହେଉଛି। ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ସମୁଦାୟ ୧୪ ଟି ପଦ ଲାଗି ନିର୍ବାଚନ ହେଉଛି। ଏଥିପାଇଁ ୨୫ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନ ରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ସାର ନଗରୀ ଜୋନ ର ୪ ଟି ପଦ ଲାଗି ପ୍ରାର୍ଥୀ ମାନେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଯାଇଛନ୍ତି। କେନ୍ଦ୍ରୀୟ ପୂଜା କମିଟିର ସଭାପତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଥିବାବେଳେ , ସମ୍ପାଦକ , ସହ ସମ୍ପାଦକ , କୋଷାଧ୍ୟକ୍ଷ , ଉପସଭାପତି ଏବଂ କାର୍ଯ୍ୟକାରିଣୀ ସଦସ୍ୟ ପଦ ଲାଗି ନିର୍ବାଚନ ହେଉଛି। କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ ହୋଇପାରିନଥିଲା। ଏବେ ସ୍ଥିତି ସ୍ୱାଭାବିକ ହେବାରୁ ପୂଜା କମିଟି ମାନଙ୍କ ଅନୁରୋଧ କ୍ରମେ ପ୍ରଶାସନ ନିର୍ବାଚନ ଲାଗି ନିଷ୍ପତ୍ତି ନେଇଛନ୍ତି। ଆଜି ସକାଳ ୭ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ମତଦାନ କରା ଯାଇଛି। ଆଜି ସନ୍ଧ୍ୟା ୫ ଟା ବେଳେ ଫଳାଫଳ ପ୍ରକାଶ ପାଇବ।