ଛାତ୍ରୀ ମାନଙ୍କ ବାଥରୁମ ଭିଡିଓ ଭାଇରଲ ନେଇ ପଞ୍ଜାବ ର ମୋହାଲି ରେ ଉତ୍ତେଜନା।। ଭିଡିଓ ଉତ୍ତୋଳନ କରିଥବା ସାଥି ଛାତ୍ରୀ ଗିରଫ।
ହଷ୍ଟେଲ ରେ ରହୁଥିବା ଛାତ୍ରୀଙ୍କ ବାଥରୁମ ଭିଡିଓ ଭାଇରଲ ହେବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏକ ବଡ଼ଧରଣର ବିକ୍ଷୋଭ ଶନିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି। ଏକ ଘରୋଇ କଲେଜ ହଷ୍ଟେଲର ଜଣେ ଛାତ୍ରୀ ହଷ୍ଟେଲରେ ରହୁଥିବା ତାଙ୍କର ଏକାଧିକ ସାଥୀଙ୍କ ବାଥରୁମ ଭିତରର ଅଶ୍ଳୀଳ ଭିଡିଓକୁ ଅନଲାଇନରେ ଲିକ୍ କରିଦେଇଛନ୍ତି। ଏହାକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀ ମାନେ ବିକ୍ଷୋଭ କରିବା ସହ ସଂପୃକ୍ତ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୁଲିସ୍ ଘଟଣାରେ ଏଫଆଇଆର ରୁଜୁ କରିବା ସହ ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଛି।
ମୋହଲି ପୁଲିସ୍ ମୁଖ୍ୟ ବିବେକ ସୋନି କହିଛନ୍ତି, ଘଟଣାକୁ ନେଇ କୌଣସି ଆତ୍ମହତ୍ୟା କିମ୍ବା ଆତ୍ମହତ୍ୟା ଉଦ୍ୟମ ସାମ୍ନାକୁ ଆସିନାହିଁ। ଜଣେ ଛାତ୍ରୀ ହଷ୍ଟେଲ ଭିତରେ ରହୁଥିବା ତାଙ୍କର ସହଯୋଗୀମାନଙ୍କ ଗାଧୋଇବା ବେଳର ଭିଡିଓକୁ ମୋବାଇଲରେ ରେକର୍ଡିଂ କରି ଭାଇରାଲ କରିଛନ୍ତି। କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିନାହିଁ। ଗୁଜବରେ ବିଶ୍ୱାସ ନକରିବାକୁ ନିବେଦନ କରାଯାଇଛି।