ସୁନ୍ଦରଗଡ଼ : କୋଇଲା ପରିବହନ ରେ ଭଡା ବୃଦ୍ଧି ଦାବିରେ ମିଳିତ ଟ୍ରକ ମାଲିକ ସଂଘର ଚକ୍କା ଜାମ ଆନ୍ଦୋଳନ।। ଏମ୍ ସି ଏଲ ରୁ କୋଇଲା ପରିବହନ ଠପ।

0 244

କୋଇଲା ପରିବହନ ରେ ଭଡା ବୃଦ୍ଧି ଦାବି ରେ ଆଜି ଠାରୁ ସୁନ୍ଦରଗଡ଼ ଟ୍ରକ ମାଲିକଙ୍କ ଚକ୍କା ଜାମ ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ ମହାନଦୀ କୋଲ ଫିଲଡ଼ ର ତିନୋଟି ଖଣି ରୁ କୋଇଲା ପରିବହନ ଠପ୍ ହୋଇଯାଇଛି। ଝାରସୁଗୁଡ଼ା, ସମ୍ବଲପୁର ଏବଂ ଛଟିଶଗାଡ କୁ ଏମସିଏଲ ରୁ କୋଇଲା ପରିବହନ ହେଉଛି । ଟନ ପିଛା ୧୪୦ ଟଙ୍କା ଭଡା ବୃଦ୍ଧି କରାଯିବା ପାଇଁ ଦାବି ଜଣାଇ ମିଳିତ କୋଇଲା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଏହି ଚକ୍କା ଜାମ ଡାକରା ଦିଆଯାଇଛି । ଟ୍ରକ ମାଲିକ ମାନେ ଜିଲ୍ଲା ପ୍ରଶାସନ ର ମଧ୍ୟସ୍ଥତା ରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହିତ ଦୁଇ ଦୁଇ ଥର ବୈଠକ ଆଲୋଚନା କଲା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ଫଳରେ ଆଜି ଠାରୁ ଟ୍ରକ ମାଲିକ ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚକ୍କା ଜାମ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଯାହା ଫଳରେ କୋଇଲା ପରିବହନ ଠପ୍ ହୋଇଯାଇଛି। ପାଖାପାଖି ୮ ହଜାର ରୁ ଉର୍ଦ୍ଧ ଟ୍ରକ ଅଟକି ରହିଛି ।

Leave A Reply

Your email address will not be published.