ରାଞ୍ଚି :ବ୍ରିଜ ରୁ ଖସି ପଡ଼ିଲା ବସ।। ୭ ମୃତ।। ବହୁ ବସ ଯାତ୍ରୀ ଆହତ।। ୧୭ ଜଣ ଯାତ୍ରୀ ଗୁରୁତର।

0 320

ଝାରଖଣ୍ଡର ହଜାରିବାଗ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ରେ ୭ ଜଣଙ୍କ ପ୍ରାଣ ହାନି ଘଟିଛି। ପ୍ରାୟ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବସ୍‌ ଟି ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ତଳକୁ ଖସି ପଡ଼ିଥିଲା। ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ବସ ରେ ଥିବା ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ ବସ୍‌ଟି ଯାତ୍ରୀଙ୍କୁ ଧରି ଗିରିଢ଼ି ରୁ ରାଞ୍ଚି ଯାଉଥିଲା। ଯାତ୍ରୀ ମନେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ତାତିଝରିଆ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ସିୱାନେ ନଦୀର ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ବସ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ବସ୍‌ଟି ବ୍ରିଜ୍‌ରେ ଲାଗିଥିବା ଲୁହା ରେଲିଂରେ ପିଟି ହୋଇ ସିଧା ତଳକୁ ଖସି ପଡ଼ିଥିଲା।

Leave A Reply

Your email address will not be published.