ରାଉରକେଲା ପୋଲିସ ହାତରେ ୧୨ ତାରିଖ ଦିନ ଧରା ପଡିଥିବା ସାଇବର ଠକ ଦଳ ସାରା ଦେଶରେ ତାଙ୍କର ନେଟୱାର୍କ ଚଳାଇଥିବା ସ୍ପଷ୍ଟ ହୋଇଯାଇଛି। ଏହି ଠକ ଦଳ ଜାମ୍ମୁ କାଶ୍ମୀର ରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ଅନଲାଇନ ରେ ଠକିଥିବା ଜଣା ପଡ଼ିଛି। ଆଜି ଜାମ୍ମୁ କାଶ୍ମୀର ପୋଲିସ ର ଏକ ଟିମ ରାଉରକେଲା ଆସି ଏହି ଠକ ଦଳର ୪ ଜଣ ସଦସ୍ୟଙ୍କୁ ଅଧିକ ତଦନ୍ତ ଲାଗି ସାଙ୍ଗରେ ନେଇ ଯାଇଛନ୍ତି।
ସୂଚନା ଯୋଗ୍ୟଯେ ରାଉରକେଲା ପୋଲିସ ଏହି ସାଇବର ଠକ ଦଳର ୮ ଜଣ ସଦସ୍ୟ ଙ୍କୁ ଉଦିତନଗର ରୁ ଗିରଫ କରିଥିଲେ। ଗିରଫ ପରେ ଏହି ଠକ ଦଳ ନିକଟରୁ ଲାପଟପ , ବହୁ ସଂଖ୍ୟାରେ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଠକେଇ ସମ୍ପର୍କିତ ସାମଗ୍ରୀ ଜବତ କରାଯାଇଥିଲା । ଏହି ଠକ ଦଳର ନେଟୱାର୍କ ସାରା ଦେଶରେ ଥିବା ଅନୁମାନ କରାଯାଉଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।