ଅଳିଆ ଆବର୍ଜନା ସଫେଇ ମିଶନରେ ସାମିଲ ହେଲେ ରାଉରକେଲା ଯୁବଛାତ୍ର ବାହିନୀ।। ହନୁମାନ ବାଟିକା ରେ ଆବର୍ଜନା ସଫା କଲେ।

0 241

‘ଇଣ୍ଡିଆନ ସ୍ବଚ୍ଛତା ଲିଗ୍’ର ପ୍ରତିଯୋଗୀ ‘ରାଉରକେଲା ବୁଲ୍’ ଆରମ୍ଭ କରିଛି ତାର ସ୍ବଚ୍ଛତା ଅଭିଯାନ। ଅଳିଆ ବିରୋଧୀ ଲଢ଼େଇରେ ସିପାହୀ ସାଜିଲେ ଇସ୍ପାତନଗରୀ ଛାତ୍ରଛାତ୍ରୀ ଓ ଯୁବବାହିନୀ । ସକାଳୁ ସକାଳୁ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିଲା ଏକ ସଚେତନତା ଶୋଭାଯାତ୍ରା । ସହରକୁ ପ୍ଲାଷ୍ଟିକ ଓ ଆବର୍ଜନା ମୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିଥିଲେ ‘ରାଉରକେଲା ବୁଲ୍’ ର ପୁରା ଟିମ । ଶୋଭାଯାତ୍ରା ପରେ ହନୁମାନ ବାଟିକାରେ ପହଞ୍ଚିଥିଲେ ଏହି ଟିମ। ବାଟିକା ପରିସରରେ ପଡ଼ିଥିବା ଶୁଖିଲା ପତ୍ର, ପ୍ଳାଷ୍ଟିକ୍ ଆବର୍ଜନା ସବୁ ସଫା କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ସ୍ବଚ୍ଛସାଥି, ମହାନଗର ନିଗମର କର୍ମଚାରୀମାନେ ଉପସ୍ଥିତ ରହି ‘ରାଉରକେଲା ବୁଲ୍ ‘ ଟିମକୁ ସହଯୋଗ କରିବା ସହ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.