ଶୁକ୍ରବାର ସନ୍ଧ୍ୟାରେ ଝାରସୁଗୁଡା ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ରେ ବସ୍ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆଠ କୁ ବୃଦ୍ଧି ପାଇଛି। ଆହତମାନଙ୍କ ମଧ୍ୟରୁ ବୁର୍ଲାରେ ୧୩ ଜଣ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ସରବାହାଲରେ ଜେଏସଡବ୍ଲୁ ଭୂଷଣ ପାୱାର ଏବଂ ଷ୍ଟିଲ ଲିମିଟେଡ ପ୍ଲାଣ୍ଟର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ପଛ ପଟରୁ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨୫ ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ପରେ ଆହତଙ୍କୁ ବୁର୍ଲା ନେବା ବେଳେ ରାସ୍ତାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି ପାଇଛି ।