ଆସନ୍ତାକାଲି ବିଶ୍ୱକର୍ମା ପୂଜା। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଶିଳ୍ପ ନଗରୀ ରାଉରକେଲା। ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ବହୁ ଶିଳ୍ପ ପ୍ରତିଷ୍ଠାନ ଥିବାରୁ ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ କରାଯାଏ। ଆଜି ବିଭିନ୍ନ ପୂଜାସ୍ଥଳ କୁ ବିଶ୍ୱର କାରିଗର ଶ୍ରୀ ଶ୍ରୀ ବିଶ୍ୱକର୍ମା ଙ୍କ ବିଗ୍ରହ ନିଆଯାଉଛି। ମୂର୍ତ୍ତି କାରିଗର ମାନେ ମଧ୍ୟ ବିଶ୍ୱକର୍ମା ଙ୍କ ପ୍ରତିମା କାମ ସମ୍ପୂର୍ଣ୍ଣ କରିବାକୁ ଲାଗି ପଡିଛନ୍ତି। ରାଉରକେଲା ଇସ୍ପାତ କାରଖାନା ସମେତ ସହର ଏବଂ ଆଖ ପାଖ ଅଞ୍ଚଳରେ ୨୦୦ ରୁ ଉର୍ଦ୍ଧ୍ବ ପୂଜା ହୋଇଥାଏ। ପୂଜା ପ୍ରସ୍ତୁତି ଲାଗି ଆଜି ବଜ଼ାରରେ ବେଶ ଭିଡ଼ ଲାଗି ରହିଛି। ବିଭିନ୍ନ ସାଜ୍ଜ ସଜ୍ଜା ସାମଗ୍ରୀ ଠାରୁ ନେଇ ଫୁଲ ପର୍ଯ୍ୟନ୍ତ ବଜ଼ାରରେ ମିଳିବା ଆରମ୍ଭ ହୋଇଗଲାଣି। ଭୋଗ ଲାଗି ରାସ୍ତା କଡରେ ଦୋକାନ ମାନ ମଧ୍ୟ ଲାଗିଲାଣି। ମୋଟ ଉପରେ ବିଶ୍ଵକର୍ମା ପୂଜା ପାଳନ ଲାଗି ରାଉରକେଲା ସହର ଉତ୍ସବ ମୁଖର ହୋଇ ଉଠିଛି।