ଲହୁଣୀପଡା : ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ।। ମକା ବାଡିରୁ ଟେକି ନେଇ କଚାଡି ମାରିଦେଲା।

0 288

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ତନ୍ତରା ଗ୍ରାମର ୨୩ ବର୍ଷୀୟ ଯୁବକ ଅଜୟ ଦେହୁରୀ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଦୁଇଦିନ ତଳେ ହାତୀପଲ୍ଲ ଅଜୟ ର ବାଡ଼ିରେ ପଶି ମକା ଫସଲ ନଷ୍ଟ କରିଦେଇଥିଲେ। ଆଜି ସନ୍ଧ୍ୟା ସାଢ଼େ ସାତଟା ବେଳେ ଅଜୟ ମକା ବାଡ଼ି ନିକଟରେ ହାତୀ ଗର୍ଜନ ଶୁଣି ପାରିଥିଲା। ଅଜୟ ମକା ବାଡିକୁ ଯାଇ ହାତୀ ପଶିଛି କି ନାହିଁ ଯାଞ୍ଚ କଲା ବେଳେ ହଠାତ ଏକ ହାତୀ ଅଜୟକୁ ଶୁଣ୍ଢରେ ଉଠାଇ ନେଇଥିଲା। ଉଠାଇ ନେବାପରେ କିଛି ଦୂରରେ ଉକ୍ତ ଯୁବକ ଅଜୟ ଦେହୁରୀଙ୍କୁ କଚାଡି ମାରି ଦେଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଏବଂ ଲହୁଣୀପଡା ପୋଲିସ ଘଟଣା ସ୍ଥଳକୁ ଯାଇଛନ୍ତି।

Leave A Reply

Your email address will not be published.