କେନ୍ଦ୍ରୀୟ ପୂଜା କମିଟି ଲାଗି ନିର୍ବାଚନ ସେପ୍ଟେମ୍ବର ୧୮ ରେ।। ସାର ନଗରୀର ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ।
ରାଉରକେଲା ରେ କେନ୍ଦ୍ରୀୟ ପୂଜା କମିଟି ଲାଗି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ୧୮ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ସମୁଦାୟ ୧୪ ଟି ପଦ ଲାଗି ନିର୍ବାଚନ ହେବ। ଏଥିପାଇଁ ୨୫ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନ ରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ସାର ନଗରୀ ଜୋନ ର ୪ ଟି ପଦ ଲାଗି ପ୍ରାର୍ଥୀ ମାନେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଯାଇଛନ୍ତି। କେନ୍ଦ୍ରୀୟ ପୂଜା କମିଟିର ସଭାପତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଥିବାବେଳେ , ସମ୍ପାଦକ , ସହ ସମ୍ପାଦକ , କୋଷାଧ୍ୟକ୍ଷ ଏବଂ ଉପସଭାପତି ପଦ ଲାଗି ନିର୍ବାଚନ ହେଉଛି। କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ ହୋଇପାରିନଥିଲା। ଏବେ ସ୍ଥିତି ସ୍ୱାଭାବିକ ହେବାରୁ ପୂଜା କମିଟି ମାନଙ୍କ ଅନୁରୋଧ କ୍ରମେ ପ୍ରଶାସନ ନିର୍ବାଚନ ଲାଗି ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୧୮ ତାରିଖ ସକାଳ ୭ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ମତଦାନ କରାଯିବ। ସେହିଦିନ ସନ୍ଧ୍ୟା ୫ ଟା ବେଳେ ଫଳାଫଳ ପ୍ରକାଶ ପାଇବ।