ରାଉରକେଲା ବଜ଼ାରରେ କେତେକ ସ୍ଥାନରେ ଏବେ ନକଲି ୫୦୦ ଟଙ୍କିଆ ନୋଟ ଘୁରି ବୁଲୁଥିବା ଦେଖାଯାଉଛି। ଦୁଇ ତିନି ଦିନ ହେଲା ପାନପୋଷ , ଉଦିତନଗର , ଦୁଇ ନମ୍ବର ସେକ୍ଟର ଆଦି ଅଞ୍ଚଳର କେତେକ ଦୋକାନୀ ୫୦୦ ଟଙ୍କିଆ ଜାଲ ନୋଟ ପାଇଥିବା ଅଭିଯୋଗ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ରାଉରକେଲା ବଜ଼ାରରେ ଜାଲ ନୋଟ କାରବାର ହେଉଛି। ତିନିଦିନ ତଳେ ୧୭ ନମ୍ବର ସେକ୍ଟରର ଏକ କ୍ୱାର୍ଟର ରୁ ଜାଲ ନୋଟ ଛପା ହେଉଥିବା ପ୍ରିଣ୍ଟର ଆଦି ଜବତ ହୋଇଛି। ୧୬ ଲକ୍ଷରୁ ଉର୍ଦ୍ଧ୍ବ ଜାଲ ନୋଟ ଜବତ ମଧ୍ୟ ହୋଇଛି। ଜାଲ ନୋଟ କାରବାର ଅଭିଯୋଗ ରେ ଜଣେ ଗିରଫ ମଧ୍ୟ ହୋଇଛି। ତେବେ ଏହି କାରବାରରେ ଜଡିତ ଅନ୍ୟ ଜଣେ ଫେରାର ଅଛି। ଆଗକୁ ପୂଜା ବଜ଼ାର ଥିବାରୁ ଜାଲ ନୋଟ ପ୍ରତି ଲୋକମାନେ ସତର୍କ ରବିବା ଆବଶ୍ୟକ ହୋଇପଡିଛି। ପୋଲିସ ଜାଲ ନୋଟ କାରବାର ରେ ସଂଶ୍ଳିଷ୍ଟ ଦୂତୀୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରିବ ବୋଲି ରାଉରକେଲା ଏସ ପି ମୁକେଶ କୁମାର ଭାମୁ କହିଛନ୍ତି।