ଦ୍ଵାରିକା ପୀଠ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି। ଡେଲି ମାର୍କେଟ ସ୍ଥିତ ହରିୟାଣା ଭବନରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସହରର ବହୁ ଭକ୍ତ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଭଜନ କୀର୍ତ୍ତନ ର ଆୟୋଜନ ମଧ୍ୟ କରାଯାଇଥିଲା। ସ୍ୱାମୀ ସ୍ୱରୂପାନନ୍ଦ ସରସ୍ବତୀଙ୍କ ରାଉରକେଲା ସହ ୫ ଦଶନ୍ଧି ଧରି ଘନିଷ୍ଠ ସମ୍ପର୍କ ରହି ଆସିଥିଲା। ୧୯୭୩ ମସିହାରେ ସେ ଶଙ୍କରାଚାର୍ଯ୍ୟ ପଦରେ ଅଧିଷ୍ଠିତ ହେବା ପରଠାରୁ ବିଭିନ୍ନ ସମୟରେ ରାଉରକେଲା ଆସୁଥିଲେ। ସହରର ମଙ୍ଗଳ ଭବନ ନିକଟରେ ଥିବା ଶିବ କୁଟି ରେ ସେ ଅବସ୍ଥାନ କରୁଥିଲେ। ତାଙ୍କ ଦର୍ଶନ ଲାଗି ଭକ୍ତ ମାନଙ୍କ ଭିଡ଼ ଲାଗିରହୁଥିଲା। ଏଠାରେ ତାଙ୍କ ରହଣି ସମୟରେ ସ୍ୱାମୀ ଶ୍ରଦ୍ଧାଳୁ ମାନଙ୍କୁ ଆତ୍ମଜ୍ଞାନ ଶିକ୍ଷା ଦେଉଥିଲେ। ସ୍ୱାମୀ ସ୍ୱରୂପନନ୍ଦ ଜୀ ୯୯ ବର୍ଷ ବୟସରେ ଦେହତ୍ୟାଗ ପରେ ଆଜି ଭକ୍ତ ମାନେ ରାଉରକେଲା ରେ ତାଙ୍କ ସୃତି ଚାରଣ କରିଛନ୍ତି।