ସୁନ୍ଦରଗଡ଼ : ଆବଶ୍ୟକୀୟ ଶିକ୍ଷକ ନଥିବାରୁ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ।

0 277

ପାଞ୍ଚଟି ଶ୍ରେଣୀର ୩୬ ଜଣ ପିଲାଙ୍କ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ବାରମ୍ବାର ଶିକ୍ଷକ ନିଯୁକ୍ତି ଲାଗି ନିବେଦନ କରି ବିଫଳ ହେବା ପରେ ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଏର୍ଗା ଡମବହାଲ ପ୍ରାଥମିକ ବିଦ୍ୟାଳୟ ର ଏପ୍ରକାର ସ୍ଥିତି। ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଯୋଗୁଁ ପାଠ ପଢ଼ାରେ ବାଧା ସୃଷ୍ଟି ହୋଇଛି। ପୂର୍ବରୁ ଦୁଇ ଜଣ ଶିକ୍ଷକ ଥିଲେ କିନ୍ତୁ ଗତ ଜୁଲାଇ ମାସ ରେ ଜଣେ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରିଦିଆଗଲା । ଏହା ପରେ ବିଦ୍ୟାଳୟ ଜଣେ ମାତ୍ର ଶିକ୍ଷକ ରେ ଚାଲିଛି। ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ଶିକ୍ଷକ ନିଯୁକ୍ତ ହେବେ କିନ୍ତୁ ବର୍ତ୍ତମାନ ଯାଏ କେହି ଶିକ୍ଷକ କାର୍ଯ୍ୟରେ ଯୋଗ ଦେଲେ ନାହିଁ । ପ୍ରତିବାଦ ରେ ଆଜି ବିଦ୍ୟାଳୟ ରେ ତାଲା ପକାଇଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି । ସାତ ଦିନ ମଧ୍ୟରେ ଆଉ ଜଣେ ଶିକ୍ଷକ ନିଯୁକ୍ତି ଲାଗ ସରପଞ୍ଚଙ୍କ ଲିଖିତ ପ୍ରତିଶୃତି ପରେ ସ୍କୁଲ ତାଲା ଖୋଲାଯାଇଥିଲା।

Leave A Reply

Your email address will not be published.