ରାଉରକେଲା : ଅନଲାଇନ ଅନ୍ତର୍ରାଜ୍ୟ ଠକ ଗ୍ୟାଙ୍ଗ ର ୮ ଜଣ ସଦସ୍ୟଙ୍କୁ ଗିରଫ କଲା ପୋଲିସ।। ନାମିଦାମୀ ଅନଲାଇନ କମ୍ପାନୀ ନାମରେ ଠକୁଥିଲେ।
ରାଉରକେଲା ପୋଲିସ ଏକ ଅନଲାଇନ ଠକ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ଠକ ଦଳ ବିହାର , ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଅଞ୍ଚଳର । ଉଦିତନଗର ଥାନା ଅଞ୍ଚଳରେ ଏକ ଫ୍ଲାଟ ଭଡା ନେଇ ଅନଲାଇନ ଠକେଇ କରି ଆସୁଥିଲେ। ନାପତୋଲ , ସୁଧି , ଅୟୁର୍ବେଦୀ ଭଳି ନାମୀ ଅନଲାଇନ ବ୍ୟବସାୟ କରୁଥିବା ସଂସ୍ଥାର ଜାଲ ସ୍କାର୍ଚ୍ଚ କାର୍ଡ ପ୍ରସ୍ତୁତ କରି ଲୋକ ମାନଙ୍କୁ ଠକେଇ ଜାଲରେ ପକାଉଥିଲେ।
ଯେଉଁ ଲୋକମାନେ ଅନଲାଇନରେ ଶପିଙ୍ଗ କରନ୍ତି ଏହି ଦଳ ସେହିପରି ଲୋକଙ୍କୁ ଟାର୍ଗେଟ କରି ତାଙ୍କ ଡାଟା ସଂଗ୍ରହ କରୁଥିଲେ। ପରେ ନାମୀ ଜାଲ ଅନଲାଇନ କମ୍ପାନୀ ଜରିଆରେ ସୂଚନା ଦେଇ ତାଙ୍କର ୨୫ ଲକ୍ଷ , ୩୦ ଲକ୍ଷ ଟଙ୍କା ଜିତିଥିବା କଥା କହୁଥିଲେ। ଏହି ଅର୍ଥ ପାଇବାକୁ ୨ ପ୍ରତିଶତ ଜି ଏସ୍ ଟି ଜମା କରିବାକୁ କହୁଥିଲେ । ଠକଙ୍କ ନିକଟରୁ କଲ ପାଇଥିବା ଲୋକଟି ଜି ଏସ ଟି ବାବଦ ଟଙ୍କା ଜମା କରି ଦେଉଥିଲେ। ଠକାମିର ଶିକାର ହେଉଥିବା କଥା ପରେ ଜାଣୁ ଥିଲେ। ଛେଣ୍ଡ ର ଜଣେ ବ୍ୟକ୍ତିଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି ଉଦିତନଗର ଅଞ୍ଚଳରୁ ଏହି ଠକ ଦଳକୁ ଗିରଫ କରିଥିଲେ ।
ଗିରଫ ଠକଙ୍କ ଠାରୁ ନଗଦ ୬୦ ହଜାର ଟଙ୍କା , ୫୪ ଟି ମୋବାଇଲ ଓ
ଫୋନ , ୪ଟି ଲାପଟପ , ପ୍ରିଣ୍ଟର ଆଦି ଜବତ କରିଛନ୍ତି। ଏହାସହ କେତେକ ଅନଲାଇନ ନାମିଦାମୀ କମ୍ପାନୀ ର ବିଭିନ୍ନ ଜାଲ କାଗଜ଼ ପତ୍ର ମଧ୍ୟ ଜବତ କରିଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ରାଉରକେଲା ଏସ ପି ମୁକେଶ କୁମାର ଭାମୁ କହିଛନ୍ତି ।