ରାଉରକେଲା : ୫ ଜଣ ନିଶା ବେପାରୀଙ୍କୁ ଗିରଫ କଲା ପ୍ଲାଣ୍ଟସାଇଟ ପୋଲିସ ।। କାର , ବାଇକ ସହ ଲକ୍ଷାଧିକ ଟଙ୍କାର ହିରୋଇନ ଜବତ।

0 434

ବୃଦ୍ଧି ପାଉଥିବା ଡ୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ପୋଲିସ ଅଣ୍ଟା ଭିଡ଼ିଚି। ଦୁଇ ଦିନରେ ପ୍ଲାଣ୍ଟସାଇଟ ପୋଲିସ ୫ ଜଣ ଡ୍ରଗ୍ସ ବିକ୍ରେତାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ହିରୋଇନ ଜବତ କରିଛନ୍ତି। ଏହି ଡ୍ରଗ୍ସ ବେପାରୀ ମାନେ ପଶ୍ଚିମବଙ୍ଗ ଏବଂ ବିହାର ରୁ ନିଶା ଦ୍ରବ୍ୟ ଆଣି ରାଉରକେଲା ରେ ବିଭିନ୍ନ ସ୍ଥାନରେ ବିକ୍ରି କରିଥିଲେ। ପୋଲିସ ଏହି ସୂଚନା ପାଇବା ପରେ ପ୍ଲାଣ୍ଟସାଇଟ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଶେଷରେ ୫ ଜଣ ନିଶା ବେପାରୀଙ୍କୁ ବି ଏସ ଏନ ଏଲ ଛକ ନିକଟରୁ ଏବଂ ରିମ ଝିମ ବସ୍ତି ନିକଟରୁ ଗିରଫ କରିବାରେ ସଫଳ ହୋଇଥିଲେ ପୋଲିସ। ସେମାନଙ୍କ ଠାରୁ ୩୦୨ ଗ୍ରାମ ହିରୋଇନ , ଗୋଟିଏ କାର ଏବଂ ଗୋଟିଏ ବାଇକ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମହମ୍ମଦ ପରବେଜ , ମହମ୍ମଦ ଅପସର , ସୋନୁ ସୋନକର , କରଣ ସିଂ ଏବଂ ସୁମିତ ଯାଦବ। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.