ସୁନ୍ଦରଗଡ଼ : ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ୧୫ ଗ୍ରାମବାସୀ ଆହତ।। ଜଣେ ଗୁରୁତର ମହିଳାଙ୍କୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର।।
ଶନିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଏକ ଅଜଣା ବନ୍ଯଜନ୍ତୁ ଉତ୍ପାତ ରେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଘରେ ପଶି ଶୋଇଥିବା ଅବସ୍ଥାରେ ଲୋକଙ୍କୁ କାମୁଡି କ୍ଷତାକ୍ତ କରିଛି। ପ୍ରାୟ ୧୫ ଜଣଙ୍କୁ କାମୁଡି ଥିବାବେଳେ ୩ ଜଣ ଗୁରୁତର ହୋଇପଡିଛନ୍ତି। ଆହତ ମାନଙ୍କୁ ସୁନ୍ଦରଗଡ଼ ହସପିଟାଲ ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ଯରୁ ଗୁରୁବାରୀ ପୃଷେଠଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ଯ ମାନେ ସୁନ୍ଦରଗଡ଼ରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବନ ବିଭାଗର ଟିମ୍ ପହଞ୍ଚିଥିବାବେଳେ ୨ ଜଣ କର୍ମଚାରୀଙ୍କୁ ମଧ୍ଯ ଜନ୍ତୁଟି ଆକ୍ରମଣ କରିଥିବା ସୂଚନା ମିଳିଛି। କୌଣସି ସ୍ଥାନରେ ଲୁଚି ରହି ରହି ଆକ୍ରମଣ କରିଥିବାରୁ ଗାଁ ଲୋକେ ସାରା ରାତି ଅନିଦ୍ରା ରହି ଜଗି ରହିଥିଲେ। ତେବେ ଆକ୍ରମଣ କରୁଥିବା ଜନ୍ତୁଟି କଣ ତାହା ଜଣା ପଡି ନଥିବାବେଳେ କେହି କେହି ପାଗଳ ବିଲୁଆ ବୋଲି କହିଛନ୍ତି। ମୁଖ୍ୟତଃ ଲୋକଙ୍କ ମୁଁହ କୁ କାମୁଡି କ୍ଷତାକ୍ତ କରିଦେଉଛି ଏହି ଜନ୍ତୁଟି। ଜନ୍ତୁକୁ ଠାବ କରିବା ପାଇଁ ବନବିଭାଗ ତନାଘନା ଚଲାଇଛି।