ବେଆଇନ ପର୍କିଙ୍ଗ ଫି ଆଦାୟ କଲେ ଆର ଏମ୍ ସି ନେବ ଦୃଢ କାର୍ଯ୍ୟାନୁଷ୍ଠାନ।। ବିଭିନ୍ନ ମଲ , ମଲ୍ଟି ପ୍ଲେକ୍ସ , ବ୍ୟବସାୟିକ ଅନୁଷ୍ଠାନକୁ ନିର୍ଦ୍ଦେଶ।
ରାଉରକେଲା ମହାନଗର ନିଗମ ଅଧିନରେ ଥିବା ସପିଂ ମଲ୍, ମଲ୍ଟିପ୍ଳେକ୍ସ, ହସ୍ପିଟାଲ, ଆପାର୍ଟମେଣ୍ଟ ଓ ହାଉସିଂ ପ୍ରଜେକ୍ଟ ଭଳି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଆରଡିଏର (ପି ଆଣ୍ଡ ବିଏସ୍) ୨୦୧୭ ନିୟମ ଏବଂ ଓଡ଼ିଏର (ପିଆଣ୍ଡ ବିଏସ୍ ) ନିୟମ ୨୦୨୦ ଅନୁଯାୟୀ ପାର୍କିଂ ସୁବିଧା ଯୋଗାଇ ଦେବାର ପ୍ରାବଧାନ ରହିଛି। କିନ୍ତୁ କିଛି ବ୍ୟବସାୟିକ ଏବଂ ଶିଳ୍ପାନୁଷ୍ଠାନ ଗୁଡ଼ିକ ପାର୍କିଂ ବାବଦକୁ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଛି । ଯାହା ଓଡିଏ ଏବଂ ଆରଡିଏ ନିୟମର ଉଲ୍ଲଂଘନ। ଏଣୁ ବେଆଇନ୍ ପାର୍କିଂ ଫି ଆଦାୟ କରିବାରୁ କ୍ଷାନ୍ତ ରହିବାକୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ଆରଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି। ଆଗାମୀ ଦିନରେ ଏଭଳି ବେଆଇନ ପାର୍କିଂ ଫି ଆଦାୟ ଭଳି ଘଟଣା ଆରଏମସି କର୍ତ୍ତୃପକ୍ଷଙ୍କ ନଜରକୁ ଆସିଲେ ମହାନଗର ନିଗମ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।