ରାଉରକେଲା ରୁ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜାଲ ନୋଟ ଜବତ।। ଅନ୍ତର୍ରାଜ୍ୟ ଜାଲ ନୋଟ କାରବାରୀ ଶେଖ ଅହମ୍ମଦ ଗିରଫ।

0 185

ରାଉରକେଲା ରୁ ଧରା ପଡ଼ିଲା ଅନ୍ତର୍ରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ। ରାଜ୍ୟ ଏସ ଟି ଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୋଲିସ ସହାୟତା ରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ର ସି- ୨୩୧ ନମ୍ବର କ୍ୱାର୍ଟର ରୁ ଗିରଫ କରିଛି। ଗିରଫ ଶେଖ ଅହମ୍ମଦ ଠାରୁ ୧୬ ଲକ୍ଷ ୧୧ ହଜାର ଟଙ୍କା ଜାଲ ନୋଟ ଜବତ କରାଯାଇଛି। ଏହାଛଡା ଲାପଟପ , କଲର ପ୍ରିଣ୍ଟର ଏବଂ ଜାଲ ନୋଟ ଛପାଇବା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶେଖ ଅହମ୍ମଦ ଏଠାରେ ବହୁଦିନ ଧରି ଜାଲ ନୋଟ କାରବାର କରୁଥିବା ସୂଚନା ଷ୍ଟେଟ ଟାସ୍କ ଫୋର୍ସ ପାଇବା ପରେ ଏହି ଚଢ଼ାଉ କରାଯାଇଥିଲା। ଶେଖ ରାଉରକେଲାରେ ଜାଲ ନୋଟ ଛପାଉଥିଲା କି ନାହିଁ ତାହା ପୋଲିସ ତଦନ୍ତ କରୁଛି । ଗିରଫ ଶେଖ ଅହମ୍ମଦ ଦିଲ୍ଲୀ ବଦରପୁର ଥାନା ଅଞ୍ଚଳ ର ନିବାସୀ ବୋଲି ଜଣାପଡିଛି। ଏ ବାବଦରେ ୧୫ ନମ୍ବର ସେକ୍ଟର ଥାନାରେ ଏକ ମାମଲା ରଜ୍ଜୁ ହୋଇଛି। ଅଧିକ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ
ଏସ ଟି ଏଫ ରାଜ୍ୟରେ ୨୯ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଥିଲେ ।

Leave A Reply

Your email address will not be published.