ରାଉରକେଲା ବନଖଣ୍ଡ ରେ ଦନ୍ତାହାତୀର ମୃତ୍ୟୁ।। କାରଣ ଅସ୍ପଷ୍ଟ।। ବନ ବିଭାଗର ତଦନ୍ତ ଜାରି।

0 294

ରାଉରକେଲା ଫରେଷ୍ଟ ଡିଭିଜନ ର ବାଙ୍କୀ ନିକଟ ଜଙ୍ଗଲରେ ଶନିବାର ସକାଳେ ଏକ ଦନ୍ତାହାତୀ ର ମୃତ ଦେହ ଠାବ କରାଯାଇଛି। ଦନ୍ତାହାତୀ ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ବନ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳେ ଗ୍ରାମବାସୀ ମାନେ ହାତୀର ମୃତ ଦେହ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ। ବାଙ୍କୀ ଫରେଷ୍ଟ ରେଞ୍ଜ ର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଖବର ପାଇ ରାଉରକେଲା ଡି ଏଫ ଓ ଯଶବନ୍ତ ସେଠୀ ଅନ୍ୟ ବରିଷ୍ଠ ବନ ଅଧିକାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହାତୀ ମୃତ୍ୟୁର କାରଣ ଜାଣିବା ଲାଗି ଘଟଣା ସ୍ଥଳରେ ପୋଷ୍ଟମର୍ଟମ କରାଯାଇଥିଲା। ପରେ ଗ୍ରାମବାସୀ ଙ୍କ ସହାୟତାରେ ହାତୀଟିକୁ ପୋତି ଦିଆଯାଇଥିଲା।

Leave A Reply

Your email address will not be published.