ରାଉରକେଲା : ରାଜ୍ୟ କିନ୍ନର ସମାଜର ଦୁଇଦିନିଆ ସମ୍ମିଳନୀ।। ସଂସ୍କୃତି , ପରମ୍ପରା ବଜାୟ ରଖିବା ସହ ଗୋଷ୍ଠି ବିବାଦ ସମ୍ପର୍କରେ ଆଲୋଚନା।

0 296

କିନ୍ନର ସମାଜର ପରମ୍ପରା , ସଂସ୍କୃତି ବଜାୟ ରଖିବାକୁ ରାଉରକେଲା ରେ ରାଜ୍ୟସ୍ତରୀୟ ମହା କିନ୍ନର ସମ୍ମିଳନୀର ଆୟୋଜନ କରାଯାଇଛି। ରାଉରକେଲା ଅମର ଭବନରେ ଏହି ସମ୍ମିଳନୀ ଶନିବାର ଏବଂ ରବିବାର ଦୁଇ ଦିନ ଧରି ଚାଲିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ କିନ୍ନର ସମାଜର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ବିଶେଷକରି ରାଜ୍ୟର କେତେକ ସ୍ଥାନରେ କିନ୍ନର ମାନଙ୍କ ମଧ୍ୟରେ ଗୋଷ୍ଠି ବିବାଦ ଯୋଗୁଁ ଏହା ଏକ ଖରାପ ପରମ୍ପରା ସୃଷ୍ଟି କରୁଛି। ଏହି ସବୁ ସମସ୍ୟାର ସମାଧାନ ଲାଗି ଏହି ଦୁଇଦିନିଆ କିନ୍ନର ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଜୋୟା ତ୍ରିପାଠୀ କହିଛନ୍ତି।

Leave A Reply

Your email address will not be published.