ରାଉରକେଲା : ପରିମଳ କର୍ମଚାରୀଙ୍କୁ ‘ଗରିମା’ ପରିଚୟ ପତ୍ର ପ୍ରଦାନ।। ନିଜେ ସୁରକ୍ଷିତ ରହି ସଫେଇ କାମ କରିବାକୁ ପରାମର୍ଶ।

0 229

ପରିମଳ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମୀଙ୍କ ସୁରକ୍ଷା ଓ ସ୍ବାଭିମାନକୁ ସୁନିଶ୍ଚିତ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଗରିମା’ ଯୋଜନା କ୍ରମରେ
ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଛେଣ୍ଡ ସ୍ଥିତ ଆହୁତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଉପ ଆୟୁକ୍ତ ସୁଧାଂଶୁ ଭୋଇ ଓ ରୋନିତ କୁମାରଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ରହି ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ସହ ପରିମଳ କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜେ ସୁରକ୍ଷତ ରହି କିଭଳି ସଫେଇ କରିବେ ସେ ନେଇ ସଚେତନ କରିଥିଲେ।
ପରିଚୟପତ୍ର ପ୍ରଦାନ ଶିବିରରେ ଉପସ୍ଥିତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିମଳ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସ୍ବେରଜ ନାଳ କିମ୍ବା ସେପ୍ଟିିକ୍‌ ଟାଙ୍କି ଭିତରକୁ ପ୍ରବେଶ ନକରିବାକୁ ପରାମର୍ଶ ଦିଅଯାଇଥିଲା। ଏହା ସହିତ ପିପିଇ ପରିଧାନ କରି ସଫେଇ କରିବାକୁ କୁହାଯାଇଛି। ଯଦି କୌଣସି ପରିମଳ କର୍ମଚାରୀଙ୍କୁ ବିନା ପିପିଇ କିଟ୍‌ ପରିଧାନ କରି ସେପ୍ଟିକ୍‌ ଟାଙ୍କି ସଫା କରିବା ଦେଖନ୍ତି, ତେବେ ୧୪୪୨୦ ନମ୍ବରରେ ଫୋନ୍‌ କରି ଅବଗତ କରିବା ପାଇଁ ମହାନଗର ନିଗମ ପକ୍ଷରୁ କୁହାଯାଇଛି। ଏହା ସହିତ ‘ଗରିମା’ କାର୍ଡ ଦ୍ବାରା ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀ କେଉଁ ସବୁ ସୁବିଧା ପାଇପାରିବେ ସେ ନେଇ ମଧ୍ୟ ଶିବିରରେ ଅବଗତ କରାଯାଇଥିଲା।
ସୂଚନା ଯୋଗ୍ୟ ଯେ, ଗରିମା ପରିଚୟପତ୍ର ଦ୍ବାରା ପରିମଳ କର୍ମଚାରୀମାନେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇପାରିବେ। ଏବଂ ଏହି କାର୍ଡ ନମ୍ବର ଦ୍ବାରା ରାଜ୍ୟର ଯେକୌଣସି ସ୍ଥାନରେ ସେମାନେ କାର୍ଯ୍ୟ କରିପାରିବେ। ସ୍ବେରଜ ନାଳ ସଫେଇ, ସେଫ୍ଟିକ୍‌ ଟାଙ୍କି, ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟ ସଫେଇ, ମଳପଙ୍କ ବିଶୋଧନାଗାର ରକ୍ଷଣାବେକ୍ଷଣ,ଖୋଲାନାଳ ସଫେଇ ଆଦି କାର୍ଯ୍ୟରେ ନିୟୋଜିତ ଥା’ନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହାୟକ ଆୟୁକ୍ତ ସୁକାନ୍ତ ଚନ୍ଦ୍ର ବେଉରା, ନରେନ୍ଦ୍ର ପ୍ରଧାନ, ‘ଗରିମା’ର ରାଜ୍ୟ ସଂଯୋଜକ ଆଲୋକ କୁମାର ମହାପାତ୍ର ଓ ସହର ସଂଯୋଜିକା ମ୍ରିନାଳିନୀ ସିଂ ଉପସ୍ଥିତ ଥିଲେ।

Leave A Reply

Your email address will not be published.