ଆସନ୍ତା ୨୬ ତାରିଖରୁ ରାଉରକେଲା ଇସ୍ପାତ କାରଖାନା ଟ୍ରାଫିକ ଗେଟ ଦେଇ ଭାରିଯାନ ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରାଫିକ ଗେଟ ପରିବର୍ତ୍ତେ ଦେଓଗାଁ ନିକଟରେ ଥିବା ଏଚ ଏସ ଏମ୍ ୨ ଗେଟ ଦେଇ ଭାରିଯାନ ପ୍ରବେଶ ଏବଂ ପ୍ରସ୍ଥାନ କରିବ। ଏ ବାବଦରେ ଗୁରୁବାର ଦିନ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ରାଉରକେଲା ଏଡିଏମ ଡକ୍ଟର ଶୁଭଙ୍କର ମହାପାତ୍ର , ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ , ଆର ଏସ ପି କର୍ତ୍ତୃପକ୍ଷ ଙ୍କ ସମେତ ଟ୍ରକ ଟ୍ରେଲର ମାଲିକ ସଙ୍ଘ , ରାଉରକେଲା ବଣିକ ସଙ୍ଘ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। । ଦେଓଗାଁ ଗେଟ ଦେଇ ଆରଏସପି ମଧ୍ୟକୁ ଟ୍ରକ ଯିବା ଆସିବା ବାବଦରେ ନିଷ୍ପତ୍ତି ନିଆଯାଇଥିଲା। ଏହାଛଡା ଅସାମାଜିକ କାର୍ଯ୍ୟକଳାପ , ଚୋରି ଆଦି ରୋକିବାକୁ ସେଠାରେ ଏକ ପୋଲିସ ପୋଷ୍ଟ ଏବଂ ହାଇମାଷ୍ଟ ଲାଇଟ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟଯେ ଟ୍ରାଫିକ ଗେଟ ଦେଇ ଆରଏସପି ମଧ୍ୟକୁ ଅନେକ ବର୍ଷ ଧରି ଟ୍ରକ ପ୍ରବେଶ ପ୍ରସ୍ଥାନ କରୁଥିଲା।
ଆଜିର ଏହି ବୈଠକରେ ସରକାରୀ ଅଧକାରୀଙ୍କ ବ୍ୟତୀତ ରାଉରକେଲା ବଣିକ ସଙ୍ଘ ସଭାପତି ସୁବ୍ରତ ପଟ୍ଟନାୟକ , ସମ୍ପାଦକ ସୁନୀଲ କୟାଲ ଟ୍ରକ , ଟ୍ରେଲର ଏବଂ ଟ୍ରେଡର ସଂଘର କର୍ମକର୍ତ୍ତା ବିଜୟ ପ୍ରଧାନ, ବିଶ୍ବରଂଜନ ବେଉରା, ଜଗଦୀଶ ଜୟସ୍ୱାଲ, ଜୟ ବାହାଦୂର ସିଂହ ,ବିଜୟ ଚୌଧରୀ, ରଞ୍ଜିତ ସାହୁ, ମୁକେଶ ସିଂହ ,ପଙ୍କଜ ସିଂହ, କିଶାନ ଅଗ୍ରୱାଲ , ଦିଲ୍ଲୀପ ମହାନ୍ତି ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।