ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ୧୧ ଟି ଜିଲ୍ଲାରେ ବନ୍ଦ ପାଳନ।। ସୁନ୍ଦରଗଡରେ ଆଂଶିକ ପ୍ରଭାବ।

0 362

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶାର ୧୧ ଟି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି । ସୁନ୍ଦରଗଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ସହର ର ଅନେକ ଦୋକାନ ବଜାର ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ରେସନ ଦୋକାନ, ଫଳ ଦୋକାନ ଗୁଡ଼ିକ ଖୋଲା ଥିବା ଦେଖିବାକୁ ମିଳିଛି । କୋଶଲ ସମାଜ ପକ୍ଷରୁ ୧୦ ନମ୍ବର ରାଜ୍ୟ ରାଜପଥ ର ବଡ ପତ୍ରାପାଲି ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି । ଯାହା ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ମୋଟାମୋଟି ଦେଖିବାକୁ ଗଲେ ସୁନ୍ଦରଗଡ଼ ରେ ବନ୍ଦ ର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି।
ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ
ଯାନ ଚଳାଚଳ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ଟ୍ରେନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ତେବେ ସମ୍ବଲପୁର ର କେତେକ ସ୍ଥାନରେ ଏହି ବନ୍ଦ କୁ ବିରୋଧ କରାଯାଇଛି।

Leave A Reply

Your email address will not be published.