ଅନ୍ତର୍ଜାତୀୟ ହକି ମହାସଂଘର ପ୍ରତିନିଧି ଦଳ ରାଉରକେଲାରେ।। ହକି ବିଶ୍ୱକପ ୨୦୨୩ ର ସମୀକ୍ଷା କଲେ।

0 308

ହକି ବିଶ୍ୱକପ ୨୦୨୩ ର ସମୀକ୍ଷା ଲାଗି ଆଜି ଅନ୍ତର୍ଜାତୀୟ ହକି ମହାସଙ୍ଘ ର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଆସି ରାଉରକେଲା ରେ ପହଞ୍ଚିଛନ୍ତି। ଏହି ଦଳ ସହ ହକି ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳ ରାଉରକେଲା ଏୟାରପୋର୍ଟ ରେ ପହଁଚିବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରା ଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ଗଭାଲି , ରାଉରକେଲା ଏଡିଏମ ଡକ୍ଟର ଶୁଭଙ୍କର ମହାପାତ୍ର , ରାଉରକେଲା ଏସପି ମୁକେଶ କୁମାର ଭାମୁଙ୍କ ସମେତ ବହୁ କ୍ରୀଡା ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ। ରାଉରକେଲା ରେ ପହଞ୍ଚିବା ପରେ ଏହି ଦଳ ନିର୍ମାଣଧୀନ ହକି ଷ୍ଟାଡିଅମ , କ୍ରୀଡ଼ାବିତ ଙ୍କ ଲାଗି ବିକଶିତ ଭିତ୍ତିଭୂମି , ଅଭ୍ୟାସ ପଡିଆ ଆଦି ପରିଦର୍ଶନ କରିଥିଲେ। ଏହି ଅବସରରେ ବିପିୟୁଟି କ୍ୟାମ୍ପସ ରେ ନିର୍ମିତ ଏକ ଟ୍ରେନିଂ ସେଣ୍ଟର କୁ ମଧ୍ୟ ଉଦଘାଟନ କରାଯାଇଥିଲା। ପରେ ପ୍ରତିନିଧି ଦଳ ନିର୍ମାଣଧିନ ରାଉରକେଲା ଏଆରପୋର୍ଟ ର ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କରିଥିଲେ। ଶେଷରେ ଏହି ପ୍ରତିନିଧି ଦଳ ହକି ବିଶ୍ୱକପ ୨୦୨୩ ର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

Leave A Reply

Your email address will not be published.