ରାଉରକେଲା ଇସ୍ପାତ କାରଖାନାରେ ଚାକିରୀ ଲୋଭ ଦେଖାଇ ଠକୁ ଥିବା ରାକେଟ କୁ ସାବଧାନ।। ସାବଧାନ କଲେ ଆର ଏସ ପି କର୍ତ୍ତୃପକ୍ଷ।

0 1,018

ସମ୍ପ୍ରତି ସେଲ ରାଉରକେଲା ଇସ୍ପାତ କାରଖାନା ଉଭୟ କର୍ମଚାରୀ ତଥା ଅଧିକାରୀ ପଦବୀରେ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଏହା ଆରଏସପି ମ୍ୟାନେଜମେଣ୍ଟର ନଜରକୁ ଆସିଛି ଯେ, କିଛି ନିରୀହ ଆବେଦନକାରୀଙ୍କୁ ଶୋଷଣ କରାଯାଉଛି ଏବଂ ରାଉରକେଲା ଇସ୍ପାତ କାରଖାନାରେ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ କିଛି ପ୍ରତାରଣାକାରୀ ଆବେଦକଙ୍କୁ ଟଙ୍କା ମାଗୁଛନ୍ତି।
ଏଭଳି ପରିସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅଗ୍ରହଣୀୟ ଅଟେ । ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଆବେଦନକାରୀଙ୍କୁ ଏପରି କୌଣସି ବିଭ୍ରାନ୍ତିକର ଏବଂ ଭିତ୍ତିହୀନ ପ୍ରତିଶ୍ରୁତିର ଶୀକାର ନହେବାକୁ ସାବଧାନ କରୁଛି। ସେଲ ପରି ମହାରତ୍ନ କମ୍ପାନୀରେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଢଙ୍ଗରେ ଅଘୋଷିତ ତୃତୀୟ ପକ୍ଷ ମାଧ୍ୟମରେ ସମ୍ପନ୍ନ ହେଉଛି ଯାହା ଦ୍ଵାରା ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଇପାରିବ । ଏଥିରେ ଠକମାନଙ୍କ ଦ୍ଵାରା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କ ଦ୍ଵାରା ପ୍ରାର୍ଥୀ ଚୟନ କରିବା ପାଇଁ ଆଦୌ କୌଣସି ପ୍ରକାର ସୁବିଧା ନାହିଁ। ବାସ୍ତବରେ କୌଣସି ପ୍ରକାରର ଅସାଧୁ ପ୍ରଚେଷ୍ଟା କିମ୍ବା ଅନଧିକୃତ ହସ୍ତକ୍ଷେପ ପ୍ରାର୍ଥୀଙ୍କ ଆବେଦନକୁ ଅଯୋଗ୍ୟ କରିପାରେ। ତେଣୁ ସେଲ ରାଉରକେଲା ଇସ୍ପାତ କାରଖାନାରେ ଚାକିରି ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ସେଲର ୱେବସାଇଟ୍, ଯଥା www.sail.co.in ରେ ଲଗ୍ ଇନ୍ କରିବାକୁ, ବିଜ୍ଞାପନଗୁଡିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ପରାମର୍ଶ ଦିଆଯାଊଛି। ଦୟାକରି ଅସାଧୁ ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ ଏବଂ ନିଜର କିମ୍ବା ପରିବାରର କଷ୍ଟ ଉପାର୍ଜିତ ଟଙ୍କାକୁ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ ।

Leave A Reply

Your email address will not be published.