‘ଅହିଂସା ରଥ’ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ପରିକ୍ରମା କରିଥିଲା। ଉଡୁସୁ ଗ୍ରାମପଞ୍ଚାୟତଠାରେ ଏହି ରଥକୁ ଭବ୍ୟ ସ୍ଵାଗତ କରାଯାଇଥିଲା। ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସରକୁ ମଧ୍ୟ ରଥ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକ ଅଧ୍ୟକ୍ଷା ଫୁଲମଣି କେରକେଟା, ଉପାଧ୍ୟକ୍ଷା ତରନୁମ ସବା, ବିଶ୍ରା ବିଡିଓ ଜନ୍ମେଜୟ ବେହେରା, ଉଡୁସୁ ସରପଞ୍ଚ ଦୁଲାରୀ ଖାଖା, ବିଶ୍ରା ସରପଞ୍ଚ ସୁରଜ ନାଇକ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟର ପିଲାମାନେ ନୃତ୍ୟ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ଦେଇଥିଲେ।
ସେହିପରି ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ଏବଂ କୋଇଡ଼ା ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା ଆଉ ଗୋଟିଏ ‘ଅହିଂସା ରଥ’। ଲହୁଣୀପଡ଼ା ବ୍ଲକର ଖୁଣ୍ଟଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରଥ ପହଞ୍ଚିବା ପରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହାପରେ ‘ଅହିଂସା ରଥ’ ଖୁଣ୍ଟଗାଁ ସରକାରୀ ହାଇସ୍କୁଲ, ପୋଇଗାଁ ପ୍ରାଥମିକ ବିଦ୍ୟାଳୟ, ଖୁଣ୍ଟଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ପରିକ୍ରମା କରି ଲହୁଣୀପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା।
ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ପଣ୍ଡିତ ଚରଣ ମୁଣ୍ଡା, ‘କ’ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଜୁଲିଆନି କାଣ୍ଡିର, ‘ଖ’ ଜୋନ୍ ଜିଲ୍ଲାପରିଷଦର ସଭ୍ୟା ସୁଶିଳା ନାଏକ, ଲହୁଣୀପଡ଼ା ବିଡିଓ ଧନାଇ ଚରଣ ଟୁଡୁ, ଖୁଣ୍ଟଗାଁ ସରପଞ୍ଚ ସୁମିତ୍ରା ଚରଡିଆଙ୍କ ସହିତ କୁର୍ଡା, କୁଳିପୋଷ, ହଳଦୀକୁଦର, ଫୁଲଝର, ଲହୁଣୀପଡ଼ା, ରାଜାମୁଣ୍ଡା,କଳେଇପୋଷ, ଭୁତୁଡା ଗ୍ରାମପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ଥିଲେ।
କୋଇଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ଟେନସା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ରଥ ଆସିଥିଲା। ସେଠାରେ ମଧ୍ୟ ନୃତ୍ୟ ଗୀତ ମାଧ୍ୟମରେ ରଥକୁ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନ ଚନ୍ଦ୍ର ପାତ୍ରଙ୍କ ପୁଅ ଗୋବିନ୍ଦ ଚନ୍ଦ୍ର ପାତ୍ର, ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ, ବିଡିଓ ପଲ୍ଲବୀ ରାଣୀ ରାଜ, କୋଇଡ଼ା ସରପଞ୍ଚ ହୃଷିକେଶ ଦେହୁରୀ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ନାଏକ, ଅତିରିକ୍ତ ତହସିଲଦାର ଆଶିଷ ରାଉି ଏବଂ ସାଂସଦ ପ୍ରତିନିଧି ଚୈତନ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।