ସୁରୁଚି ବଜ଼ାର ର ନୂତନ ଆଉଟ ଲେଟ ଉଦଘାଟିତ।। ସିଭିଲ ଟାଉନ ଶିପ ନିକଟ ମୁଖ୍ୟମାର୍ଗ ରେ ଉଦଘାଟିତ।

0 318

ସୁରୁଚି ବଜ଼ାର ପ୍ରାଇଭେଟ ଲିମିଟେଡ଼ ଚେନ ର ୧୧ ତମ ଆଉଟଲେଟ ରାଉରକେଲା ସିଭିଲ ଟାଉନଶିପ ନିକଟ ମୁଖ୍ୟ ମାର୍ଗରେ ଉଦଘାଟିତ ହୋଇଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏହି ନୂତନ ଷ୍ଟୋର କୁ ଉଦଘାଟନ କରିଥିଲେ। ସୁରୁଚି ବଜ଼ାର ନିର୍ଦେଶକ ରମେଶ ଅଗ୍ରୱାଲ , ରୋନକ ଗୋଏଲ ଙ୍କ ସମେତ ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉଦଘାଟନ ସମୟରେ ଉପସ୍ଥିତ ଥିଲେ। ୧୦ ହଜାର ବର୍ଗଫୁଟ ରେ ଖୋଲା ଯାଇଥିବା ଏହି ଡିପାର୍ଟମେଣ୍ଟାଲ ଷ୍ଟୋର ରେ ସବୁ ପ୍ରକାର ଘରକରଣା ସାମଗ୍ରୀ ମିଳୁଛି। ଗ୍ରୋସେରି ସାମଗ୍ରୀ ଠାରୁ ନେଇ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଏଠାରେ ମିଳୁଛି। ଏବେ ଏକ ନିର୍ଦିଷ୍ଟ ପରିମାଣର ସାମଗ୍ରୀ କିଣିଲେ ଗିଫ୍ଟ କୂପନ ର ବ୍ୟବସ୍ଥା ରହିଛି।

Leave A Reply

Your email address will not be published.