ରାଉରକେଲା : ବିଭିନ୍ନ ଦାବି ନେଇ ଜୀବନ ବୀମା ନିଗମ ଏଜେଣ୍ଟ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ।। ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।
ଜୀବନ ବୀମା ନିଗମ ଏଜେଣ୍ଟ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଚାଲିଥିବା ପ୍ରତୀକ ଆନ୍ଦୋଳନ ୫ ଦିନ ହୋଇଯାଇଛି। ଆଜି ରାଉରକେଲା ରେ ଏଲଆଇସି ଏଜେଣ୍ଟ ସଙ୍ଘ ପକ୍ଷରୁ ସହରରେ ଥିବା ବିଭିନ୍ନ
ଏଲ ଆଇ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଉଦିତନଗର , ପାନପୋଷ , ୧୯ ନମ୍ବର ସେକ୍ଟର ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟ ମାନେ ଧାରଣା ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ସଙ୍ଘ ପକ୍ଷରୁ ଉଭୟ ପଲିସି ହୋଲଡ଼ର ଏବଂ ଏଜେଣ୍ଟ ଙ୍କ କଲ୍ୟାଣ ଲାଗି ବିଭିନ୍ନ ଦାବି କରାଯାଇଥିଲା। ଗ୍ରାହକ ମାନଙ୍କୁ ଦେଉଥିବା ବୋନସ ପରିମାଣର ବୃଦ୍ଧି ସହ ୧୨ ଟି ଦାବି ଉପସ୍ଥାପନ କରାଯାଇଥିଲା। ସେହିପରି ଏଜେଣ୍ଟ ମାନଙ୍କ ଗ୍ରାଚୁଇଟି ୨୦ ଲକ୍ଷକୁ ବୃଦ୍ଧି ସହ ୧୭ ଟି ଦାବି ଉପସ୍ଥାପନ କରାଯାଇଛି।